ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅର୍ଥମନ୍ତ୍ରଣାଳୟରୁ ଫୋନ୍‍ କରିଥିବା କହି ୯୫ ଲକ୍ଷ ଲୁଟି ନେଲେ ସାଇବର୍‍ ଠକ

ଭୁବନେଶ୍ୱର : ରାଜଧାନୀର ଖଣ୍ଡିଗରି ଥାନା ଅନ୍ତର୍ଗତ ଭିପୁଲ ଗାର୍ଡେନରେ ରହୁଥିବା ସୁବାସଚନ୍ଦ୍ର ନନ୍ଦ(୬୨) ୯୫ ଲକ୍ଷ ଟଙ୍କା ସାଇବର ଠକେଇର ଶିକାର ହୋଇଛନ୍ତି। ସାଇବର ଠକ ତାଙ୍କୁ ଅର୍ଥମନ୍ତ୍ରଣାଳୟରୁ ଫୋନ୍‍ କରିଥିବା କହି ଟଙ୍କା ଲୁଟି ନେଇଛନ୍ତି। ଠକେଇର ଶିକାର ହୋଇଥିବା ସୁବାସ ଏନେଇ କ୍ରାଇମ୍‍ବ୍ରାଞ୍ଚ ସାଇବର୍‍ ସେଲରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଗ୍ରହଣ କରି ସାଇବର୍‍ ସେଲ ଏକ ମାମଲା ରୁଜୁକରି ତଦନ୍ତ କରୁଛି। ଟଙ୍କା ଯାଇଥିବା ଆକାଉଣ୍ଟକୁ ବନ୍ଦ କରିବା ପାଇଁ ଚିଠି ଲେଖିଛି କ୍ରାଇମ୍‍ବ୍ରାଞ୍ଚ। କିଏ ଫୋନ୍‍ କରିଥିଲା? ଏବଂ କେଉଁଠୁ ଫୋନ୍‍ ଆସିଥିଲା ସେନେଇ ମଧ୍ୟ କ୍ରାଇମ୍‍ବ୍ରାଞ୍ଚ ଖୋଳତାଡ଼ କରୁଛି।

ମିଳିଥିବା ସୂଚନା ଅନୁସାରେ, ସୁବାସ ୨୦୧୧ରେ ୬ଲକ୍ଷ ଟଙ୍କାର ମାକ୍ସ ଲାଇଫ୍‍ ଇନ୍ସୁରାନ୍ସ ପଲିସ୍‍ କରିଥିଲେ। ସେ ଏହି ପଲିସ୍‍ର ଦୁଇଟି କିସ୍ତି ଦେଇପାରି ନ ଥିଲେ। ହେଲେ ୨୦୧୫ ଅଗଷ୍ଟ ମାସରେ ଜଣେ ବ୍ୟକ୍ତି ନିଜକୁ କେନ୍ଦ୍ର ଅର୍ଥମନ୍ତ୍ରାଣାଳୟରୁ ଫୋନ୍‍ କରିଥିବା କହିଥିଲେ। ସେ ପଲିସର ଦୁଇଟି କିସ୍ତି ଦେଇନଥିବାରୁ ତାଙ୍କର ଏଜେଣ୍ଟ ବୋନ୍‍ସ ମିଳିବ ନାହିଁ ବୋଲି କହିଥିଲେ। ଏଥିପାଇଁ ସାଇବର ଠକ ତାଙ୍କୁ ପ୍ରଥମେ ୧୦ ଲକ୍ଷ ଦେବାକୁ ପଡ଼ିବ ବୋଲି କହିଥିଲେ। ଏହିଭଳି ଠକ କହିବା କଥାରେ ସୁବାସ ଲକ୍ଷାଧିକ ଟଙ୍କା ଠକଙ୍କ ବିଭିନ୍ନ ଆକାଉଣ୍ଟକୁ ପଠାଇଥିଲେ। ଏହିଭଳି ଠକ ୯୫ ଲକ୍ଷ ଟଙ୍କା ବୃଦ୍ଧଙ୍କ ଠାରୁ ଠକି ନେଇଥିଲେ। ଶେଷରେ ଠକେଇର ଶିକାର ହୋଇଥିବା ଜାଣି ସେ ସାଇବର ସେଲରେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.