ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟସ୍‌ ଜିତି ବ୍ୟାଟିଂ କରୁଛି ଭାରତୀୟ ମହିଳା ଦଳ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତୀୟ ମହିଳା କ୍ରିକେଟ ଟିମ୍ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିଛି। ସେମି ଫାଇନାଲ ମୁକାବିଲାରେ ଟସ୍‌ ଜିତିଛି ଭାରତୀୟ ମହିଳା କ୍ରିକେଟ ଟିମ୍‌। ଟସ୍‌ ଜିତି ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷରେ ଭାରତର ଅଧିନାୟକ ହରମନପ୍ରୀତ କୌର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ସ୍ୱର୍ଣ୍ଣ ପଦକ ମ୍ୟାଚ୍‌କୁ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଭାରତୀୟ ମହିଳା କ୍ରିକେଟ ଟିମ୍‌କୁ ଇଂଲଣ୍ଡ ଆଗରେ ବଡ଼ ସ୍କୋର କରିବାକୁ ପଡ଼ିବ।ଗ୍ରୁପ ପର୍ୟ୍ୟାୟରେ ଟିମ ଇଣ୍ଡିଆ ବିଶ୍ୱର ୧ନଂ ଦଳ ଅଷ୍ଟ୍ରେଲିଆ ଠାରୁ ହାରିଥିବା ବେଳେ ପାକିସ୍ତାନ ଓ ବାରବଡସକୁ ଏକତରଫା ଭାବେ ପରାସ୍ତ କରି ସେମିରେ ପ୍ରବେଶ କରିଥିଲା। ଏବେ ଆୟୋଜକ ଇଂଲଣ୍ତ ବିପକ୍ଷରେ ଦଳ ସେମି ଫାଇନାଲ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛି।

ଉଭୟ ଟିମ ସେମାନଙ୍କ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ଭାରତ ପାଇଁ ଗତ ମ୍ୟାଚ୍‌ରେ ଜେମିମା ରୋଡ୍ରିଗସ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ଶେଫାଳି ବର୍ମା ବିସ୍ଫୋରକ ଆରମ୍ଭ କରିଥିଲେ। ଶେଷ ଭାଗରେ ଦୀପ୍ତି ଶର୍ମା ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ। ଆଜିର ମ୍ୟାଚ୍‌ରେ ମଧ୍ୟ ସେମାନଙ୍କ ଠାରୁ ଦଳ ବଡ଼ ସ୍କୋର ଆଶା ରଖିଛି। ଅନ୍ୟପକ୍ଷରେ ଇଂଲଣ୍ଡ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ମ୍ୟାଚ୍‌ରୁ ଦମଦାର ପ୍ରଦର୍ଶନ କରି ଆସିଛି। ଦଳ ପାଖରେ ଡାନି ୱାଟ୍ଟ, ନାଟ ସ୍କିଭର, ଶୋଫିଆ ଡଙ୍କଲୀ ଓ ଏଲିସ କ୍ୟାପସେଙ୍କ ଭଳି ଖେଳାଳି ରହିଛନ୍ତି। ତେଣୁ ଆଜିର ମ୍ୟାଚ୍‌ ବେଶ ରୋମାଞ୍ଚକର ହେବ ବୋଲି ସମସ୍ତେ ଆଶା କରିଛନ୍ତି।

ଯଦି ଭାରତ ଏହି ମ୍ୟାଚରେ ବିଜୟୀ ହୁଏ ତେବେ ଇତିହାସ ରଚିବ । ଏହାସହ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ କରିବ । ଫାଇନାଲରେ ପରାସ୍ତ ହେଲେ ଦଳକୁ ରୁପାରେ ସନ୍ତୁଷ୍ଟ ହେବାକୁ ପଡିବ ।ତେବେ ହରମନପ୍ରିତ କୌରଙ୍କ ନେତୃତ୍ୱାଧିନ ଟିମ୍ ଇଣ୍ଡିଆ ପାଖରେ ସୁନା ଜିତିବାର ବଡ ସୁଯୋଗ ରହିଛି । ଏଥିପାଇଁ ଭାରତକୁ ଏବେ ଆଉ ମାତ୍ର ଦୁଇଟି ମ୍ୟାଚ୍ ଜିତିବାକୁ ହେବ ।

Leave A Reply

Your email address will not be published.