ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଚାରପତିଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ : ମାଆ ଆଣିଲେ ହତ୍ୟା ଅଭିଯୋଗ, କହିଲେ ‘ମୋ ପୁଅକୁ ହତ୍ୟା କରିଛନ୍ତି ତା ସ୍ତ୍ରୀ ଓ ଶଳା’

କଟକ : ଅତିରିକ୍ତ ଦୌରା ଜଜ୍ ତଥା କଟକ ସ୍ୱତନ୍ତ୍ର ପସ୍କୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ଟ୍ବିଷ୍ଟ ଆସିଛି। ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଆଜି କଟକ CDA-7 ରେ ଥିବା ମର୍କତନଗର ଥାନାରେ ପହଞ୍ଚି ସୁବାସ ବିହାରୀଙ୍କ ମା ତୁଳସୀ ବିହାରୀ , ଭଉଣୀ ,ମାମୁଁ , ଭାଇ ସୁବୋଧ ବିହାରୀ ଏତଲା ଦେଇଛନ୍ତି। ସୁବାସ ବିହାରୀ ପତ୍ନୀ ଏବଂ ଶଳା ନାମରେ ଥାନାରେ ଏତଲା ଦିଆଯାଇଛି।

ଗତକାଲି ସୁବାସଙ୍କ ମୃତ ଶରୀର ନିଜ ଗ୍ରାମକି ପରିବାର ଲୋକଙ୍କୁ ଦେଖେଇ ନ ଦେଇ ସ୍ୱର୍ଗଦ୍ୱାରରେ ଶେଷକୃତ ସମ୍ପନ କରିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ୧୫ ବର୍ଷ ହେବ ପରିବାର ଲୋକଙ୍କସହ ପତ୍ନୀ ଏବଂ ଶଳା ସୁବାସଙ୍କୁ ମିଶେଇ ଦେଉନଥିଲେ। ବାପାଙ୍କ ଶ୍ରାଦ୍ଧରେ ଘରକୁ ଯିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମା ଙ୍କୁ । କିନ୍ତୁ ଗଲେ ନାହିଁ। ଅପରାହ୍ନରେ ମୃତ୍ୟୁର ଖବର ଆସିଥିଲା।

ସୂଚନାଯୋଗ୍ୟ ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ତଥା ଅତିରିକ୍ତ ଦୌରାଜଜ୍ ସୁବାସ କୁମାର ବିହାରୀ (୪୯) ଶୁକ୍ରବାର ଦିନ ନିଜ ସରକାରୀ କ୍ବାର୍ଟର୍ସରେ ଆତ୍ମହତ୍ୟା କରିଥିଲେ। ସିଡିଏ ସେକ୍ଟର ୯ ସ୍ଥିତ କ୍ବାର୍ଟର୍ସରୁ ତାଙ୍କର ମୃତଦେହକୁ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଜଣେ ବିଚାରପତି ଏଭଳି ଢଙ୍ଗରେ ଆତ୍ମହତ୍ୟା କରିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚା ତଥା ଉଦ୍ବେଗର କାରଣ ହୋଇଛି। ପାରିପାର୍ଶ୍ବିକ ସ୍ଥିତିରୁ ପୁଲିସ ପ୍ରାଥମିକ ଭାବେ ଏହା ଏକ ଆତ୍ମହତ୍ୟା ବୋଲି କହୁଛି। କିନ୍ତୁ, ଏଭଳି ଆତ୍ମହତ୍ୟା ପଛର କାରଣ ସ୍ପଷ୍ଟ ହୋଇ ନଥିଲେ ବି ପାରିବାରିକ ଅଶାନ୍ତି ହୁଏତ କାରଣ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

Leave A Reply

Your email address will not be published.