ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁଣୁପୁର ପର୍ଯ୍ୟନ୍ତ ଗଡିବ କଟକ-ପଲାସା-କଟକ ଏକ୍ସପ୍ରେସ

ଭୁବନେଶ୍ୱର :୧୮୪୪୩/୧୮୪୪୪ କଟକ-ପଲାସା-କଟକ ଏକ୍ସପ୍ରେସର ସେବାକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନ ପାଇଁ ଥିବା ସେବା, ସ୍ଥିରୀକୃତ ଷ୍ଟେସନ ଏବଂ ସମୟ ସାରଣୀ କଟକ ଏବଂ ପଲାସା ମଧ୍ୟରେ ଉଭୟ ପାର୍ଶ୍ୱରୁ ଅପରିବର୍ତ୍ତିତ ରହିବ ।

୧୮୪୪୩ କଟକ-ଗୁଣୁପୁର ଏକ୍ସପ୍ରେସ କଟକ ଠାରୁ ୨୦ ଜୁଲାଇ, ୨୦୨୨ ଗୁଣୁପୁର ଯାତ୍ରା କରିବ । ଏହି ଟ୍ରେନ ପଲାସା ଠାରେ ପହଁଚିବା ପରେ ସେଠାରୁ ରାତ୍ର ୧୦ଘ ୨୫ମି ରେ ଛାଡି ଗୁଣୁପୁର ଠାରେ ରାତ୍ରି ୧ଘ ୪୫ମି ରେ ପହଞ୍ଚିବ । ଫେରିବା ମାର୍ଗରେ ୧୮୪୪୪ ଗୁଣୁପୁର-କଟକ ଏକ୍ସପ୍ରେସ ୨୧ ଜୁଲାଇ ୨୦୨୨ ରୁ ଗୁଣୁପୁର ଠାରୁ ରାତ୍ରି ୨ଘ ୪୫ମି ରେ ଛାଡି ପଲାସା ଠାରେ ଭୋର ୫ଘ ୫୫ମି ରେ ପହଞ୍ଚିବ । ଉଭୟ ପାର୍ଶ୍ୱରୁ ଗୁଣୁପୁର ଓ ପଲାସା ମଧ୍ୟରେ ଏହି ଟ୍ରେନ ପୁଣ୍ଡି, ରୌଥପୁରମ, ନୌପଡା, ଟ୍ୱେକ୍କଲି, ପେଦ୍ଦସନ, ତେମ୍ବୁରୁ, ଗାଙ୍ଗୁଭଡ଼ା, ପଥପଟନମ, ପାରଳାଖେମୁଣ୍ଡି, ସୀତାପୁରାମ, ହଡ଼ଭାଙ୍ଗି, କାଶୀନଗର, ଳିହୁରୀ, ବଂଶଧାରା ଓ ପଲାସିଙ୍ଗି ଠାରେ ରହଣୀ କରିବ ।

Leave A Reply

Your email address will not be published.