ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କର୍ତ୍ତବ୍ୟରେ ଅବହେଳା ପାଇଁ କିଶନନଗର ଥାନା ଆଇଆଇସି ସସ୍‌ପେଣ୍ଡ

କଟକ: କଟକ କିଶନନଗର ଥାନା ଆଇଆଇସି ସସ୍‌ପେଣ୍ଡ। କିଶନନଗର ଥାନା ଆଇଆଇସି ସସ୍ମିତା ରଣାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି । କିଶନନଗର ଥାନା ସମ୍ମୁଖରେ ଯୁବକଙ୍କ ଆତ୍ମାହୁତି ଘଟଣାରେ ନିଲମ୍ବିତ ହୋଇଛନ୍ତି ଆଇଆଇସି ସସ୍ମିତା ରଣା। ନିଜ କର୍ତ୍ତବ୍ୟରେ ଅବହେଳା ପାଇଁ ସସ୍ମିତାଙ୍କୁ ନିଲମ୍ବିତ କରାଯାଇଛି ।

ସୂଚନା ଅନୁସାରେ, ଜମିବାଡି ବିବାଦ ସମାଧାନ ପାଇଁ ଥାନାକୁ ଯାଇଥିଲେ ଇଶାଣିବରମପୁର ଗାଁର ଗୁଣନିଧି ବିଶୋଇ । ମାତ୍ର ସମସ୍ୟାର ସମାଧାନ ନହେବାରୁ କିଶନନଗର ଥାନା ସମ୍ମୁଖରେ ନିଜ ଦେହରେ କିରାସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଚାରିଆଡ଼ୁ ପୁଲିସ୍‌ ସମାଲୋଚନାର ଶିକାର ହେବା ପରେ ସସ୍ମିତା ରଣାଙ୍କୁ ନିଲମ୍ବନ କରିଛନ୍ତି ପୁଲିସ୍‌ ଡିଜି ସୁନୀଲ ବଂଶଲ।

Leave A Reply

Your email address will not be published.