ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଟି ମାଗିବା ଭିଡିଓ ଭାଇରାଲ ଘଟଣା; ବଦଳିଲେ କଟକ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି

କଟକ: କଟକ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଦାଦାବଟି ମାଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କମିଶନ୍‌ରେଟ୍‌ ପୋଲିସ୍‌ । ଆଇଆଇସି ଦାୟିତ୍ବରୁ ଦୀନକୃଷ୍ଣ ମିଶ୍ରଙ୍କୁ ଅବ୍ୟାହତି ଦିଆଯାଇଛି । ଥାନାରୁ ହଟାଇ ଡିସିପି ଅଫିସ ଦାୟିତ୍ବରେ ଦୀନକୃଷ୍ଣ ମିଶ୍ରଙ୍କୁ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । କଟକ ବାଲିଯାତ୍ରାରେ ପାର୍କିଂ ସ୍ଥାନ ଲିଜ୍ ନେଇଥିବା ଲୋକଙ୍କୁ ବଟି ମାଗିବାର ଭିଜୁଆଲ ଭାଇରାଲ ହେବା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।

ସୂଚନା ଅନୁସାରେ, କଟକର ଐତିହାସିକ ବାଲିଯାତ୍ରା ସମୟରେ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ପାର୍କିଂ ସ୍ଥାନ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ବଟି ମାଗୁଥିବାର ଭିଡିଓ ହୋଇଥିଲା ଭାଇରାଲ । ଭିଡିଓରେ ସେ ୫୦ହଜାର ଟଙ୍କା ମାଗୁଥିବାବେଳେ ଏହି ବାବଦରେ ୨୦ହଜାର ଟଙ୍କା ଦେଇଥିବା ବ୍ୟକ୍ତି ଜଣଙ୍କ କହୁଛନ୍ତି । ଏହି ଭିଡିଓକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ିଥିଲା ଅସନ୍ତୋଷ ।

Leave A Reply

Your email address will not be published.