ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ଭୁବନେଶ୍ବର: ORHDC ଦୁର୍ନୀତି ମାମଲାରେ ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ORHDC-ମେଟ୍ରୋବିଲ୍‌ଡର ମାମଲାର ଆଜି ରାୟ ପ୍ରକାଶ ପାଇଛି। ORHDCର ପୂର୍ବତନ ଏମ୍‌ଡି ଥିଲେ ବିନୋଦ କୁମାର। ଏହି ମାମଲାରେ କମ୍ପାନୀ ସେକ୍ରେଟେରୀ ସ୍ୱସ୍ତି ମହାପାତ୍ରଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ ହୋଇଛି। ବିନୋଦ ଓ ସ୍ୱସ୍ତିଙ୍କୁ ୫୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ। ଜରିମାନା ନ ଦେଲେ ଅଧିକ ୬ ମାସ ଜେଲରେ ରହିବାକୁ ପଡିବ। ଏହି ମାମଲାରେ ତତ୍‌କାଳୀନ ମେଟ୍ରୋ ବିଲ୍‌ଡରସର ନିର୍ଦ୍ଦେଶକ ଥିବା ମହମ୍ମଦ ମୋକିମଙ୍କ ସହ ପୀୟୂଷଧାରୀ ମହାନ୍ତିଙ୍କୁ ୩ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ହୋଇଛି।

୨୦୦୦-୨୦୦୧ରେ ବିନୋଦ କୁମାର ORHDC ଏମ୍‌ଡି ଥିଲେ। ସ୍ୱସ୍ତି ମହାନ୍ତି ORHDCର କମ୍ପାନୀ ସେକ୍ରେଟାରୀ ଥିଲେ। ୨୦୦୦ ଜୁନ ୨୪ ତାରିଖରେ ମେଟ୍ରୋ ବିଲ୍‌ଡର ORHDCଠାରୁ ଦେଢ଼ କୋଟି ଟଙ୍କାର ଋଣ କରିଥିଲା। ନୟାପଲ୍ଲୀରେ ମେଟ୍ରୋସିଟି-୨ ପ୍ରୋଜେକ୍ଟରେ ୫୦ଟି ଫ୍ଲାଟ ନିର୍ମାଣ ପାଇଁ ଋଣ ଆବେଦନ କରାଯାଇଥିଲା। ସେହି ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଋଣ ଦିଆଯାଇଥିଲା। କିନ୍ତୁ ପରେ ସେହି ଋଣ ପରିଶୋଧ କରିନଥିଲା ମେଟ୍ରୋ ବିଲ୍‌ଡରସ। ମେଟ୍ରୋ ବିଲ୍‌ଡରକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା। ଆଜି ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟ ଏ ମାମଲାରେ ରାୟ ଶୁଣାଇଛନ୍ତି।

Leave A Reply

Your email address will not be published.