ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଏସଏପି ସିପାହୀଙ୍କ ଘରେ ଭିଜିଲାନ୍ସ ରେଡ୍‌ : ୧୭ଟି ବ୍ୟାଙ୍କ ପାସବୁକ୍‌, ୨.୯୪ ଲକ୍ଷ ନଗଦ ଟଙ୍କା ଜବଦ, କଟକ, ପୁରୀ ଓ ଭୁବନେଶ୍ବରରେ ରହିଛି ପ୍ଲଟ୍

କଟକ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସଏପି ଷଷ୍ଠ ବାଟାଲିଆନର ସିପାହୀ । କଟକରେ କାର୍ଯ୍ୟରତ ଏହି ବାବୁ ଆବଶ୍ୟକ ଠାରୁ ଯଥେଷ୍ଟ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ କାର୍ଯ୍ୟରତ ସିପାହୀ ଜଣଙ୍କ ହେଉଛନ୍ତି ସହଦେବ ପରିଡା । ଭିଜିଲାନ୍ସ ଟିମ ତାଙ୍କ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରଖିଛି ।

କ୍ବାର୍ଟର, କଟକ ତିନିଘରିଆରେ ଥିବା ୩ମହଲା କୋଠା, କଟକ ଗଣ୍ଡରପୁରରେ ଥିବା ଘର, ପୁରୀ ଚନ୍ଦପୁରରେ ଥିବା ପୈତୃକ ଘର ଓ ମାଳତିପାଟପୁରରେ ଥିବା ଶ୍ବଶୁର ଘରେ ଭିଜିଲାନ୍ସ ରେଡ୍ କରୁଛି । ଚଢାଉ ବେଳେ ୨ଲକ୍ଷ ୯୪ହଜାର ୬ଶହ ଟଙ୍କା ସହ ୪ଟି ବାଇକ୍ ଓ ୧୭ଟି ବ୍ୟାଙ୍କ ପାସବୁକ୍ ଜବତ ହୋଇଛି । ତାଙ୍କ ନାମରେ ୪ଟି ପ୍ଲଟ୍, ୪ଟା ଦୁଇ ଚକିଆ ଯାନ, କିଛି ସୁନାରୁପା, ଗୋଟିଏ ବିଲଡିଙ୍ଗ, କଣ୍ଟିଲୋ ତିନିଘରିଆରେ ଗୋଟିଏ ପ୍ଲଟ ସହ ୪ଟା ଆଜବେଷ୍ଟସ ଘର ଥିବା ଜଣାଯାଇଛି। ତାଙ୍କର ପୁରୀର ମାଳତୀପାଟପୁର ଓ ଭୁବନେଶ୍ବରର ପାଣ୍ଡରାରେ ବି ପ୍ଲଟ୍ ଅଛି। ଏସବୁକୁ ଜବତ କରିଛି ଭିଜିଲାନ୍ସ। ଏହା ସହିତ ଏବେ ବି ଚଢ଼ାଉ ଜାରି ରହିଛି। ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି। ଏହି ଚଢାଉରେ ୩ଜଣ ଡିଏସପି, ୯ ଇନସ୍ପେକ୍ଟର ସାମିଲ ରହିଛନ୍ତି ।

Leave A Reply

Your email address will not be published.