ଦିଲ୍ଲୀ ଏୟାରପୋର୍ଟରୁ ଜବତ ହେଲା ୨୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ହାତ ଘଣ୍ଟା, କେବଳ ଗୋଟିଏ ଘଣ୍ଟାର ଦାମ ୨୭ କୋଟିରୁ ଅଧିକ..

ନୂଆଦିଲ୍ଲୀ: ଦିଲ୍ଲୀ  ବିମାନବନ୍ଦରରୁ ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ଚକିତ କରିଦେଲା ଭଳି। ଗୁରୁବାର ଦିନ ଦିଲ୍ଲୀ ବିମାନବନ୍ଦରରୁ ୨୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ହାତ ଘଣ୍ଟା ଜବତ ହୋଇଛି। ଯହାକି ୬୦ କିଲୋଗ୍ରାମରୁ ଅଧିକ ସୁନାର ମୂଲ୍ୟ ସହ ସମାନ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଯାତ୍ରୀ ପହଞ୍ଚିଥିଲେ। ତାଙ୍କର କାର୍ଯ୍ୟକଳାପ ସନ୍ଦେହଜନକ ରହିଥିଲା। ବିମାନବନ୍ଦରରେ ଉପସ୍ଥିତ ଥିବା କଷ୍ଟମ୍ସ ଅଧିକାରୀମାନେ ତାଙ୍କୁ ପଚରାଉଚରା ଆରମ୍ଭ କରିଥିଲେ। ଅନୁସନ୍ଧାନରୁ ଜଣାପଡିଥିଲା ଯେ ଏହି ଯାତ୍ରୀ  ଦୁବାଇରୁ ଆସିଛନ୍ତି। ତାଙ୍କ ପାଖରେ ମୂଲ୍ୟବାନ ଘଣ୍ଟା ଅଛି। ଯାତ୍ରୀଙ୍କଠାରୁ ସାତୋଟି ଘଣ୍ଟା ଉଦ୍ଧାର କରାଯାଇଛି। ପ୍ରଥମେ ଏହି ବିଷୟଟି ଅତି ସାଧାରଣ ମନେ ହେଉଥିଲା। କିନ୍ତୁ ଯେତେବେଳେ ଘଣ୍ଟାର ମୂଲ୍ୟ ଜଣା ପଡିଲା, ସମସ୍ତେ ଆଶ୍ଚର୍ଯ୍ଯ ହୋଇଯାଇଥିଲେ।

ଜବତ ହୋଇଥିବା ମୋଟ ୭ଟି ଘଣ୍ଟାର ମୂଲ୍ୟ ୨୮ କୋଟି ହେବ ବୋଲି ଆକଳନ କରାଯାଇଛି।  ଏହି ଘଣ୍ଟାଗୁଡ଼ିକ ROLEX, PIAGET ଏବଂ JACOB & Co ଭଳି ନାମିଦାମୀ ବ୍ରାଣ୍ଡର କମ୍ପାନୀଗୁଡି ରହିଛି। ଅଧିକାରୀ କହିଛନ୍ତି, ଜବତ ହୋଇଥିବା ୭ଟି ଘଣ୍ଟା ମଧ୍ୟରେ ପାଞ୍ଚଟି ରୋଲକ୍ସ ରହିଥିବା ବେଳେ ଗୋଟିଏ PIAGET  ଓ  ଜାକୋବ ଆଣ୍ଡ କୋ କମ୍ପାନୀର ଘଣ୍ଟା ଜଣାପଡ଼ିଛି। ଆଇଜିଆଇ ବିମାନବନ୍ଦର କଷ୍ଟମ୍ସ କମିଶନର ଜୁବାଇର ରିଆଜ କାମିଲି କହିଛନ୍ତି ଯେ, ଯାହାର ମୂଲ୍ୟ ୬୦ କିଲୋଗ୍ରାମ ସୁନା ଚୋରା ଚାଲାଣ ସହିତ ସମାନ।

ଅଧିକାରୀଙ୍କ କହିବା ଅନୁଯାୟୀ, ଉଦ୍ଧାର ହୋଇଥିବା ଘଣ୍ଟା ମଧ୍ୟରୁ ଗୋଟିଏ ହେଉଛି ଆମେରିକାର ଅଳଙ୍କାର ଏବଂ ଘଣ୍ଟା ନିର୍ମାତା JACOB & Coର ଅଟେ। କଷ୍ଟମ୍ ଅଧିକାରୀଙ୍କ କହିବାନୁସାରେ, ଘଣ୍ଟାଟି ସୁନା ଏବଂ ହୀରା ସହିତ ସଜ୍ଜିତ ହୋଇଛି। ଏହା ୧୮ କ୍ଯାରେଟ ଧଳା ସୁନାରେ ନିର୍ମିତ। ଏହି ଘଣ୍ଟାରେ ୭୬ଟି ଧଳା ହୀରା ଅଛି।  ଣ୍ଟାର ଡାଏଲ୍ ମଧ୍ୟ ହୀରାରେ ସଜ୍ଜିତ।

JACOB & Co ହୀରା  ଘଣ୍ଟାର ମୋଟ ମୂଲ୍ୟ ୨୭ କୋଟି ୯ ଲକ୍ଷ  ୨୬ ହଜାର ୫୧ ଟଙ୍କା।  PIAGET କମ୍ପାନୀର ଘଣ୍ଟାର ମୂଲ୍ୟ ୩୦ ଲକ୍ଷ ୯୫ ହଜାର ୪ ଶହ ଟଙ୍କା ରହିଛି । ଏହା ବ୍ୟତୀତ ଅନ୍ୟ ଚାରିଟି ରୋଲକ୍ସ ଘଣ୍ଟାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ରହିଛି। | ଚୋରା ଚାଲାଣକାରୀଙ୍କଠାରୁ ଏକ ବ୍ରେସଲେଟ୍ ଏବଂ ଆଇଫୋନ୍ ମଧ୍ୟ ଜବତ କରାଯାଇଛି।

କଷ୍ଟମ ଅଫିସର ଜୁବାଇର ରିଆଜ କହିଛନ୍ତି ଯେ, ଅଭିଯୁକ୍ତଙ୍କ ଦୁବାଇରେ ମହଙ୍ଗା ଘଣ୍ଟାର ଏକ ଶୋ’ରୁମ ଅଛି। ସେ ଏକ ଉଚ୍ଚ-ପ୍ରୋଫାଇଲ୍ ଗ୍ରାହକଙ୍କୁ ପହଞ୍ଚାଇବା ପାଇଁ ଦୁବାଇରୁ ଦିଲ୍ଲୀ ଆସିଥିଲେ। ଗ୍ରାହକ ଗୁଜୁରାଟର ବାସିନ୍ଦା । ଅଭିଯୁକ୍ତ ଗ୍ରାହକଙ୍କ ବିଷୟରେ ଅଧିକ ବିବରଣୀ ପ୍ରକାଶ କରିବାକୁ ମନା କରି ଦେଇଛନ୍ତି। ଏଥିସହ କଷ୍ଟମ ଅଧିକାରୀ କହିଛନ୍ତି ଯେ ଉଦ୍ଧାର ସାମଗ୍ରୀର ଆବଶ୍ୟକୀୟ ଦସ୍ତାବିଜ ନାହିଁ।

Leave a comment