ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଢ଼ିଲା ଏକକ ପିଜି ପ୍ରବେଶିକା ଆବେଦନ ଅବଧି

ଭୁବନେଶ୍ୱର : ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ପାଇଁ ହେବାକୁଥିବା ଏକକ ପିଜି ପ୍ରବେଶିକାର ଆବେଦନ ଅବଧି ପୁନଶ୍ଚ ବୃଦ୍ଧି ହୋଇଛି। ଛାତ୍ରଛାତ୍ରୀ ଆସନ୍ତା ଜୁଲାଇ ୧୦ ତାରିଖ ଯାଏଁ ଆବେଦନ କରିବାକୁ ଥିବାବେଳେ ୧୧ ତାରିଖ ସୁଦ୍ଧା ଫି’ ଦାଖଲ କରିବେ। ଏନେଇ ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ୧୨ରୁ ୧୪ ତାରିଖ ଯାଏଁ ଛାତ୍ରଛାତ୍ରୀ ନିଜର ଫର୍ମ ସଂଶୋଧନ କରି ପାରିବେ ବୋଲି ଏନଟିଏ ଦର୍ଶାଇଛି। ତେବେ ଏସମ୍ପର୍କିତ ସମସ୍ତ ତଥ୍ୟ ଛାତ୍ରଛାତ୍ରୀ www.nta.ac.in ମାଧ୍ୟମରେ ପାଇ ପାରିବେ ବୋଲି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ଦର୍ଶାଇଛି।

ସୂଚନାଯୋଗ୍ୟ ଏହା ପୂର୍ବରୁ  ଦୁଇ ଥର ଏକକ ପିଜି ପ୍ରବେଶିକା ଆବେଦନ ଅବଧିକୁ ବଢାଯାଇଛି। ପ୍ରଥମେ  ଆବେଦନର ଶେଷ ଦିନ ଜୁନ୍‍ ୧୯ ତାରିଖ ରହିଥିଲା । ଏହାପରେ ଆବେଦନ ଅବଧି ବୃଦ୍ଧି କରାଯାଇ  ଜୁଲାଇ ୪ ରଖାଯାଇଥିଲା।  ଏବେ ଏହି ଆବେଦନ ଅବଧି ବୃଦ୍ଧି କରାଯାଇ ଜୁଲାଇ ୧୦ ତାରିଖ ରଖାଯାଇଛି।

ଦେଶର ୪୨ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁଲାଇ ଶେଷ ସପ୍ତାହରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁଥିବାବେଳେ ପିଲାଙ୍କ ପରୀକ୍ଷା ଦୈନିକ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ। ଦୁଇ ଘଣ୍ଟା ଲେଖାଏଁ ପରୀକ୍ଷାର ସମୟ ଅବଧି ରହିବ। ସିବିଟି ଜରିଆରେ ପିଲାଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଇଂରାଜୀ ଓ ହିନ୍ଦୀ ସମେତ ୧୩ ଆଞ୍ଚଳିକ ଭାଷାରେ ପିଲାଙ୍କ ପ୍ରଶ୍ନପତ୍ର ଉପଲବ୍ଧ ହେବ। ତେବେ ଛାତ୍ରଛାତ୍ରୀ ଏନଟିଏର ୱେବ ସାଇଟ୍‍ www.nta.ac.inଜରିଆରେ ଏସମ୍ପର୍କିତ ସମସ୍ତ ତଥ୍ୟ ପାଇ ପାରିବେ ବୋଲି ଏନ୍‌ଟିଏ ଦର୍ଶାଇଛି।

Leave A Reply

Your email address will not be published.