ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟିକାକରଣ ପାଇଁ ସରକାର ତତ୍ପର, ଚାରି ମାସରେ ଟୀକା କିଣା

ଭୁବନେଶ୍ବର: ଟିକାକରଣ ପାଇଁ ସରକାର ତତ୍ପର । ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମାହାମାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟରେ ଭ୍ୟାକସିନ କାର୍ଯ୍ୟକ୍ରମକୁ ତ୍ବରାନିତ କରିବା ପାଇଁ କ୍ୟାବିନେଟରେ ଗ୍ଲୋବାଲ ଟେଣ୍ଟର ପକ୍ରିୟା କାର୍ଯ୍ୟକ୍ଷମ କରାଯାଇଛି । ଏନେଇ ୱେବସାଇଟ ଜରିଆରେ ସୂଚନା ମଧ୍ୟ ଦିଆଯାଇଛି । ରାଜ୍ୟରେ ସମସ୍ତଙ୍କୁ ଟିକା ପ୍ରଦାନ କରିବା ରାଜ୍ୟ ସରକାରଙ୍କ ପ୍ରଧାନ୍ୟ ଲକ୍ଷ । ବିଡିଙ୍ଗ ଡକା ଯାଇଛି, ଯେଉଁ କମ୍ପାନୀମାନେ ଟିକା ପ୍ରଦାନ କରିବେ ସେମାନେ ଯୋଡ଼ି ହେବେ ବୋଲି କହିଛନ୍ତି ସୁରେଶ ମହାପାତ୍ର ।

ରାଜ୍ୟରେ ଭାକ୍ସିନେସନ ପାଇଁ ଏକ କମିଟି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଯେଉଁଥିରେ ଖ୍ୟାତନାମା ଡାକ୍ତର ଏବଂ ବୈଜ୍ଞାନିକ ରହିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟରେ କଣ ଆବଶ୍ୟକତା ରହିଛି, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସ୍ଥିତିରେ ସୁଧାର ଆଣିବା ପାଇଁ ବିଶେଷତ ଏହି ଟିମ ସରକାରଙ୍କୁ ପରାମର୍ଶ ଦେବେ । କୋଭିଡ ସଂକ୍ରମଣ ନେଇ ବାର୍ତ୍ତା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କରୋନା ମୁକାବିଲାରେ ରାଜ୍ୟବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟର ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ । ଗତ କିଛି ଦିନ ତଳେ କ୍ୟାବିନେଟରେ ଟିକା କିଣିବାକୁ ଗ୍ଲୋବାଲ ଟେଣ୍ଡରକୁ ଅନୁମୋଦନ ମିଳିଥିଲା । ରାଜ୍ୟବାସୀଙ୍କୁ ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇଦେବାକୁ ଗତକାଲି ଔଷଧ ନିଗମ ପକ୍ଷରୁ ଗ୍ଲୋବାଲ ଟେଣ୍ଡର କରାଯାଇଛି ।

ଦେଶରେ ଗ୍ଲୋବାଲ ଟେଣ୍ଡର କରିବାରେ ଓଡିଶା ପ୍ରଥମ । ତିନି କୋଟି ୮୦ ଲକ୍ଷ ଟିକା କିଣିବାକୁ ଟେଣ୍ଡର କରାଯାଇଛି । ୪ ମାସ ମଧ୍ୟରେ ଟିକା କିଣିବାକୁ ସମୟ ସୀମା ଧାର୍ଯ୍ୟ କରାଯାଇଛି । ୨୮ ମେ ପରେ ବିଡିଂ ସଫଳ ହେଲେ ଖୁବଶୀଘ୍ର ଟିକା କିଣିବାକୁ ନିର୍ଦ୍ଦେଶ ଦିଆଯିବ । ସେହିଭଳି ଏକ ଉଚ୍ଚକ୍ଷମତା ସମ୍ପନ୍ନ ଉପଦେଷ୍ଟା କମିଟି ଗଠନ କରାଯାଇଛି । ଏଥିରେ ଦେଶର କ୍ଷାତନାମା ବିଶେଷଜ୍ଞ ଅଛନ୍ତି । ଡକ୍ଟର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ରାଜ୍ୟ ସରକାରଙ୍କୁ ଏହି କମିଟି ଟିକାକରଣ ଏବଂ କରୋନାର ଭବିଷ୍ୟତ ଲହରୀର ମୁକାବିଲା ଦିଗରେ ପରାମର୍ଶ ଦେବ । ଭବିଷ୍ୟତରେ ଶିଶୁ ଓ ସମ୍ବେଦଳଶୀଳ ଲୋକେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି । କମିଟି ଏଦିଗରେ ମଧ୍ୟ ସରକାରଙ୍କୁ ପରାମର୍ଶ ଦେବେ । ଏହି କମିଟିର ଡିଏମଇଟି ଆବାହକ ଅଛନ୍ତି ।

ସାରା ରାଜ୍ୟରେ ଏବେ ଲକଡାଉନ ରହିଛି । ପ୍ରତ୍ୟେକ ଜିଲ୍ଲାର ସଂକ୍ରମଣ ଉପରେ ସରାକାର ତର୍ଜମା କରିଛନ୍ତି । ଗତ ଦୁଇ ସପ୍ତାହରେ ୧୦ ଜିଲ୍ଲାରେ ପଜିଟିଭିଟି ରେଟ ସମାନ ସ୍ତରରେ ରହିଛି । ପଶ୍ଚିମାଞ୍ଚଳ ଜିଲ୍ଲାରେ ଧିରେ ଧିରେ ସଂକ୍ରମଣ କମୁଛି । ଭଦ୍ରକ, ବଲାଙ୍ଗିର, ଦେବଗଡ, ଝାରସୁଗୁଡା, କଳାହାଣ୍ଡି, ନୂଆପଡା, ସମ୍ବଲପୁର ଓ ସୁନ୍ଦରଗଡରେ ପଜିଟିଭି ରେଟ ସମାନ ସ୍ତରରେ ରହିଛି । ଏହା ରାଜ୍ୟ ପାଇଁ ଆଶ୍ବସ୍ତିର କାରଣ । ଲକଡାଉନ ସତ୍ତ୍ବେ ସଂକ୍ରମଣ ୧୦ରୁ ୧୨ ହଜାର ମଧ୍ୟରେ ରହୁଛି । ରାଜ୍ୟ ସରକାରଙ୍କ ଗାଇଡଲାଇନର ଅନୁପାଳନ ପାଇଁ ସେ ଅପିଲ କରିଛନ୍ତି । ଗତବର୍ଷ ପିକରେ ୮ହଜାର ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେ ୧୫ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି । ସେ ମଧ୍ୟରୁ ପ୍ରାୟ ୩ହଜାର ରୋଗୀ ଆଇସିୟୁ ଓ ଭେଣ୍ଟିଲେଟରରେ ଅଛନ୍ତି । ଅନ୍ୟ ରାଜ୍ୟଭଳି ଓଡିଶାର ସ୍ଥିତି ସମ୍ବେଦନଶୀଳ ହୋଇନି । ଆଉ ୧୫ ଦିନରୁ ଏକ ମାସ ପର୍ଯ୍ୟନ୍ତ ଗାଇଡଲାଇନର କଡାକଡି ଅନୁପାଳନ କରାଗଲେ ସ୍ଥିତି ନିୟନ୍ତ୍ରଣକୁ ଆସିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ।

Leave A Reply

Your email address will not be published.