ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କନ୍ଧମାଳ ମାଓ ଇଲାକା ଗସ୍ତରେ ସିଆରପିଏଫ୍ ଏଡିଜି

ଫୁଲବାଣୀ: ଶୁକ୍ରବାର ଦିନିକିଆ କନ୍ଧମାଳ ଗ୍ରସ୍ତରେ ସିଆରପିଏଫ ଏଡିଜି ନିତିନ ଅଗ୍ରୱାଲ ଆସି ପହଂଚିଥିଲେ ଫୁଲବାଣୀରେ l ପୁଲିସ ରିଜର୍ଭ ପଡ଼ିଆରେ ପହଞ୍ଚିବା ପରେ ଏଡିଜି ଶ୍ରୀଅଗ୍ରୱାଲଙ୍କୁ ସି ଆର ପି ଏଫ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଧନା ଦିଆଯାଇଥିଲା l ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ସିଆରପିଏଫ ଏଡିଜି ଅଗ୍ରୱାଲ ଫୁଲବାଣୀର ମାଦିକୁନ୍ଦା ସ୍ଥିତ ପୋଲିସ ବ୍ୟାରେକ ହେଲିପ୍ୟାଡ଼ରେ ଓହ୍ଲାଇ ସେଠାରୁ ଗୋଛପଡ଼ାରେ ଥିବା ୧୨୭ ବାଟାଲିୟନ ସିଆରପିଏଫ କ୍ୟାମ୍ପକୁ ଯାଇ ଯବାନମାନଙ୍କ ସହିତ ଆଲୋଚନା କରିଥିଲେ l ସେଠାରେ ଅୟୋଜିତ ଏକ ବୈଠକରେ ଯୋଗଦେଇ ମାଓ ଗତି ବିଧି ଉପରେ ସମୀକ୍ଷା କରିଥିଲେ ଏଡ଼ିଜି l

ସିଆରପିଏଫ୍ କମାଣ୍ଡାଣ୍ଟ, ସିଓ,କୋବ୍ରା ଅପରେସନ ସିଓଙ୍କ ସମେତ ଗୁଇନ୍ଦା ବିଭାଗ ଅଧିକାରୀ ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ। ଜିଲାରେ ମାଓ ଦମନ କ୍ଷେତ୍ରରେ ସି ଆର ପି ଏଫ ଯବାନ ମାନଙ୍କ ଉଲ୍ଲେଖନୀୟ ଭୂମିକାକୁ ଭୁୟସୀ ପ୍ରଶଂସା କରିଥିଲେ l ଅତିରିକ୍ତ ଡିଜିଙ୍କ ଗସ୍ତ ଫଳରେ ଜିଲାରେ ସି ଆର ପି ଏଫ ଯବାନ ମାନଙ୍କ ମନୋବଳ ବୃଦ୍ଧିପାଇବ ବୋଲି କୁହାଯାଉଛି lଏଡିଜିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ l ମାଓ ଅଂଚଳରେ ଏ ଡି ଜି ଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l

Leave A Reply

Your email address will not be published.