ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଜୀବନ ନେଉଛି ଏହି ୫ ବ୍ୟାକ୍ଟେରିଆ, ପ୍ରତିଦିନ ଯାଉଛି ୩୭୪୫ ଲୋକଙ୍କ ଜୀବନ

ନୂଆଦିଲ୍ଲୀ : ବ୍ୟାକ୍ଟେରିଆ (ଜୀବାଣୁ) ସବୁଠାରେ ରହିଛନ୍ତି। ବାୟୁରେ, ପାଣିରେ, ମାଟିରେ, ସବୁ ସ୍ଥାନରେ ଏପରିକି ଆମ ଶରୀରରେ ମଧ୍ୟ ବ୍ୟାକ୍ଟେରିଆ ରହିଛନ୍ତି। କିନ୍ତୁ ଜୀବାଣୁ ଏତେ ଛୋଟ ହୋଇଥାନ୍ତି ଯାହାକୁ ଆମେ ଖାଲି ଆଖିରେ ଦେଖିପାରୁ ନାହୁଁ। ଆପଣ ନିଶ୍ଚିତ ଭାବରେ ଭାବୁଥିବେ କାହିଁକି ଆମେ ଆପଣଙ୍କୁ ଜୀବାଣୁ ବିଷୟରେ ଏତେ ଜ୍ଞାନ ଦେଉଛୁ? ଏହାର କାରଣ ହେଉଛି ଏହି ଅଦୃଶ୍ୟ ଏବଂ ମାଇକ୍ରୋସ୍କୋପିକ୍ କଣିକାର ଶକ୍ତି, ଯେଉଁ କାରଣରୁ ପ୍ରତିବର୍ଷ କୋଟି କୋଟି ଲୋକ ମରୁଛନ୍ତି ।କିଛି ବ୍ୟାକ୍ଟେରିଆ ଭଲ ବି ହୋଇଥାନ୍ତି ତ’ ପୁଣି କିଛି ବ୍ୟାକ୍ଟେରିଆ ଖରାପ ହୋଇଥାନ୍ତି। କିନ୍ତୁ କିଛି ଏଭଳି ବ୍ୟାକ୍ଟେରିଆ ଏଭଳି ବି ରହିଥାନ୍ତି ଯାହା ଖୁବ୍ କ୍ଷତିକାରକ ହୋଇଥାନ୍ତି। ଆନ୍ତର୍ଜାତୀୟ ମେଡିକାଲ ଜର୍ଣ୍ଣାଲ ଲାନସେଟର ଏକ ନୂତନ ରିପୋର୍ଟରୁ ଜଣାପଡିଛି ଯେ ସମଗ୍ର ବିଶ୍ବରେ ହୃଦରୋଗ ପରେ ଯଦି ସବୁଠୁ ଅଧିକ ମୃତ୍ୟୁ ହେଉଥାଏ ତେବେ ଏହାର କାରଣ ହେଉଛି ବ୍ୟାକ୍ଟେରିଆ (ଜୀବାଣୁ)।

ଦୁନିଆର ଦ୍ୱିତୀୟ ବୃହତ୍ତମ ‘କିଲର’

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ସମଗ୍ର ବିଶ୍ବରେ ପ୍ରତିବର୍ଷ ହୃଦଘାତ କାରଣରୁ ପ୍ରାୟ ୧ କୋଟି ୭୯ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। ତେବେ ଆନ୍ତର୍ଜାତୀୟ ମେଡିକାଲ ଜର୍ଣ୍ଣାଲ ଲାନସେଟ୍‌ର ଅଧ୍ୟୟନ ଅନୁସାରେ ୨୦୧୯ ମସିହାରେ ଜୀବାଣୁ ସଂକ୍ରମଣ ହେତୁ ସାରା ବିଶ୍ୱରେ ୭୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। ଇ.କୋଲାଇ ସାଧାରଣଭାବେ ଡାଇରିଆ ଓ ମୂତ୍ରାଶୟ ସଂକ୍ରମଣ ସହିତ ଜଡ଼ିତ ଥିବା ବେଳେ ଏଥିରେ ୧୬.୧ଲକ୍ଷ, ଏସ୍‌.ନିମୋନିଆ, କେ.ନିମୋନିଆ, ଏସ୍‌.ଅରେଅସ୍‌ ଓ ଏ.ବୌମାନିଙ୍କରେ ଯଥାକ୍ରମେ ୧୪.୪ଲକ୍ଷ, ୧୩.୨ଲକ୍ଷ, ୧୨.୮ଲକ୍ଷ ଓ ୧୧ଲକ୍ଷ ଜୀବନ ଯାଇଛି। ଅଧ୍ୟୟନରେ ଦର୍ଶାଯାଇଛି ଯେ ହୃଦଘାତ ପରେ ବ୍ୟାକ୍ଟେରିଆ କାରଣରୁ ଦ୍ବିତୀୟ ବୃହତ୍ତମ ଲୋକଙ୍କ ମୃତ୍ୟୁ ହେଉଛି।

ଭାରତରେ ବ୍ୟାକ୍ଟେରିଆ କରୋନା ଅପେକ୍ଷା ୭ଗୁଣା ଅଧିକ ଲୋକଙ୍କ ଜୀବନ ନେଇଛି

ଭାରତରେ କରୋନା ମହାମାରୀ ହେତୁ ପ୍ରଥମ ମୃତ୍ୟୁ ମାର୍ଚ୍ଚ ୨୦୨୦ ରେ ଘଟିଥିଲା। ସେବେଠାରୁ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫ ଲକ୍ଷ ୩୧ ହଜାର ଲୋକ କରୋନା ଜୀବାଣୁ କାରଣରୁ ମୃତ୍ୟୁବରଣ କରିଛନ୍ତି ଅର୍ଥାତ୍ ପ୍ରତିଦିନ ହାରାହାରି ୫୫୨ ଜଣ ମୃତ୍ୟୁ ବରଣ କରୁଛନ୍ତି। ଲାନସେଟ୍ ଅଧ୍ୟୟନରୁ ଜଣାପଡିଛି ଯେ କେବଳ ୨୦୧୯ ମସିହାରେ ଭାରତରେ ୧୩ ଲକ୍ଷ ୬୭ ହଜାରରୁ ଅଧିକ ମୃତ୍ୟୁ ଜୀବାଣୁ ସଂକ୍ରମଣ ହେତୁ ଘଟିଛି ଯଥା ହାରାହାରି ୩୭୪୫ ମୃତ୍ୟୁ। ଅର୍ଥାତ୍ ଭାରତରେ କରୋନା ମହାମାରୀରେ ମୃତ୍ୟୁ ଅପେକ୍ଷା ଜୀବାଣୁ ସଂକ୍ରମଣ ହେତୁ ପ୍ରାୟ ସାତ ଗୁଣ ଅଧିକ ମୃତ୍ୟୁ ଘଟୁଛି।

ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରନ୍ତି

ଏଥିରୁ ଭୟଭୀତ ହେବା ଆବଶ୍ୟକ କାରଣ କରୋନା ମହାମାରୀ ଆସିଛି ଏବଂ ଚାଲିଯାଇଛି । କିନ୍ତୁ ଜୀବାଣୁ ସଂକ୍ରମଣ ସହ ଜଡିତ ରୋଗ ସବୁବେଳେ ରହିଆସିଛି ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ। କିନ୍ତୁ ଯେତେବେଳେ କରୋନା ମହାମାରୀ ଆସିଲା, ସେତେବେଳେ ଏହାର ଔଷଧ କିମ୍ବା ଟୀକା ନଥିଲା। ତେଣୁ ଅଧିକ ମୃତ୍ୟୁ ଘଟିଥିଲା। ପରେ ଏହାର ଟୀକା ଓ ଔଷଧ ଆସିବା ପରେ ମୃତ୍ୟୁରେ ରୋକ୍‌ ଲାଗିବାରେ ସଫଳ ହେଲା। କିନ୍ତୁ ଔଷଧ ଏବଂ ଟୀକା ଯାହା ବ୍ୟାକ୍ଟେରିଆ ସଂକ୍ରମଣକୁ ପ୍ରତିରୋଧ କରେ, ତାହା ଆମ ପାଖରେ ଉପଲବ୍ଧ ରହିଛି। ଏଥି ସହିତ ଚିକିତ୍ସା ସୁବିଧା ମଧ୍ୟ ଦଶନ୍ଧି ଧରି ରହିଛି। ଏହା ସତ୍ତ୍ବେ ଜୀବାଣୁ ସଂକ୍ରମଣ ହେତୁ ପ୍ରତିବର୍ଷ କୋଟି କୋଟି ଲୋକ ମୃତ୍ୟୁ ବରଣ କରୁଛନ୍ତି।

କେବଳ ଭାରତ ନୁହେଁ, ବିଶ୍ବର ଅନ୍ୟ ଦେଶରେ ମଧ୍ୟ ଏସବୁ ବ୍ୟାକ୍ଟେରିଆ କାରଣରୁ ସଂକ୍ରମଣରେ ଅନେକ ଲୋକ ପ୍ରାଣ ହରାଉଛନ୍ତି। ବିଶ୍ବରେ ୧.୩ କୋଟି ଲୋକ କେବଳ ସଂକ୍ରମଣଜନିତ ମୃତ୍ୟୁର ଶିକାର ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ଏଥିରେ ୩୩ଟି ବ୍ୟାକ୍ଟେରିଆ ପାଥୋଜେନ୍‌ରେ ୭୭ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ୭୭ଲକ୍ଷ ମୃତକଙ୍କ ମଧ୍ୟରୁ ୭୫ ପ୍ରତିଶତରୁ ଅଧିକ ମୃତ୍ୟୁ ଲୋୟର ରେସ୍ପିରେଟୋରି ସଂକ୍ରମଣ(ଏଲଆରଆଇ), ‌ବ୍ଲଡଷ୍ଟେମ୍ ସଂକ୍ରମଣ(ବିଏସ୍‌ଆଇ), ପେରିଟୋନାଲ ଓ ଇଣ୍ଟ୍ରା ଆବଡୋମିନାଲ ସଂକ୍ରମଣ(ଆଇଏଏ)ରେ ହୋଇଥିବା କୁହାଯାଇଛି।

ୱାଶିଂଟନ ସ୍କୁଲ ଅଫ୍ ମେଡିସିନ୍‌ର ଇନଷ୍ଟିଚ୍ୟୁଟ୍ ଫର ହେଲ୍‌ଥ ମେଟ୍ରିକ୍ସ ଓ ଇଭାଲ୍ୟୁସନ୍(ଆଇଏଚ୍‌ଏମ୍‌ଇ)ର ନ‌ିର୍ଦେଶକ ଡା.ଖ୍ରୀଷ୍ଟଫର ମୁରେ କହିଛନ୍ତି, ପ୍ରଥମଥର ଲାଗି ଏହି ରିପୋର୍ଟରେ ବିଶ୍ବରେ ବ୍ୟାକ୍ଟେରିଆ କାରଣରୁ ହେଉଥିବା ସମସ୍ୟା/ମୃତ୍ୟୁ ସଂପର୍କିତ ତଥ୍ୟର ଅବଲୋକନ କରାଯାଇଛି। ଏହି ରିପୋର୍ଟ ଆଗାମୀ ଦିନରେ ବ୍ୟାକ୍ଟେରିଆ ଜନିତ ମୃତ୍ୟୁ ଉପରେ ଅଧିକ ଗବେଷଣା ଓ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବାରେ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି। ବ୍ୟାକ୍ଟେରିଆ ଜନିତ ମୃତ୍ୟୁ ସହିତ ବୟସର କୌଣସି ନିର୍ଦ୍ଦିଷ୍ଟ ସଂପର୍କ ନାହିଁ। ବିଶ୍ବରେ ୯.୪ଲକ୍ଷ ମୃତ୍ୟୁ କେବଳ ଏସ୍‌.ଅରେଅସ୍ ଯୋଗୁଁ ହେଉଛି। ସଲମୋନେଲା ଏଣ୍ଟରିକା ସେରୋଭର ଟାଇଫି ଯୋଗୁଁ ୫-୧୪ବର୍ଷର ୪୯ହଜାରରୁ ଅଧିକ ଶିଶୁ ପ୍ରାଣ ହରାଇଛନ୍ତି। ‌ସେହିପରି ନବଜାତକ ଓ ୫ବର୍ଷରୁ କମ୍ ଶିଶୁଙ୍କ କ୍ଷେତ୍ରରେ ଏସ୍‌.ନିମୋନିଆ କାରଣରୁ ୨ଲକ୍ଷ ୨୫ହଜାରରୁ ଅଧିକ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ଘାତକ ଜୀବାଣୁର ନାମ 

ଲାନସେଟ୍ ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରେ ବିଶ୍ବରେ ଯେତିକି ମୃତ୍ୟୁ ହୋଇଛି. ସେଥି ମଧ୍ୟରୁ ୧୩.୬ ମୃତ୍ୟୁ ବ୍ୟାକ୍ଟେରିଆ କାରଣରୁ ହୋଇଛି। ରିପୋର୍ଟରେ ଏମିତି ୩୩ଟି ବ୍ୟାକ୍ଟେରିଆ ଚିହ୍ନଟ କରାଯାଇଛି ଯେଉଁଥିପାଇଁ ୨୦୧୯ରେ ୭୭ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ୭୭ ଲକ୍ଷ ମୃତ୍ୟୁ ମଧ୍ୟରୁ ୬୦ ଲକ୍ଷ ମୃତ୍ୟୁ ପାଇଁ ୫ ପ୍ରକାର ବ୍ୟାକ୍ଟେରିଆ ଦାୟୀ ବୋଲି ବିବେଚନା କରାଯାଇଛି। ଏହି ପାଞ୍ଚ ଘାତକ ଜୀବାଣୁ ହେଉଛି- ଇ.କୋଲାଇ (E. coli), ଏସ୍ ନିମୋନିଆ (S. Pneumoniae), କେ ନିମୋନିଆ (K. Pneumoniae),ଏସ୍‌.ଅରେଅସ୍‌ (S. Aureus) ଏବଂ ଏ.ବୌମାନି (A. Baumanii) ।

ଏହି ପାଞ୍ଚଟି ଜୀବାଣୁ ଲାନସେଟ୍ ରିପୋର୍ଟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ପ୍ରଥମ ଜୀବାଣୁ ହେଉଛି ଇ.କୋଲାଇ। ଏହି ଜୀବାଣୁ ୨୦୧୯ ରେ ଭାରତରେ ୧ ଲକ୍ଷ ୫୭ ହଜାର ଲୋକଙ୍କ ଜୀବନ ନେଇଛି। ଏହି ଜୀବାଣୁ ସାଧାରଣତଃ ଦୂଷିତ ଖାଦ୍ୟ ଏବଂ ପାନୀୟ ମାଧ୍ୟମରେ ଶରୀରରେ ପ୍ରବେଶ କରନ୍ତି । ସାଧାରଣତ ଏହି ଜୀବାଣୁ ଶରୀରରେ ଖାଦ୍ୟ ବିଷାକ୍ତ କରିବା ଏବଂ ଡାଇରିଆ ସୃଷ୍ଟି କରନ୍ତି।

ଦ୍ୱିତୀୟ ଜୀବାଣୁ ହେଉଛି ଏସ୍ ନିମୋନିଆ, ଯାହା ୨୦୧୯ରେ କେବଳ ଭାରତରେ ୧ ଲକ୍ଷ ୫୧ ହଜାର ୭୬୮ ଜୀବନ ନେଇଥିଲା। ଏହି ଜୀବାଣୁ ପ୍ରଦୂଷିତ, ଧୂଳି ବାୟୁରେ ନିଶ୍ୱାସ ନେଇ ଶରୀରରେ ପ୍ରବେଶ କରନ୍ତି। ଏହା ଶ୍ୱାସ ରୋଗ ଏବଂ ନିମୋନିଆର କାରଣ ହୋଇଥାଏ । ତୃତୀୟ ଜୀବାଣୁ ହେଉଛି କେ ନିମୋନିଆ।  ଏହି କାରଣରୁ ୨୦୧୯ରେ ଭାରତରେ ୧ ଲକ୍ଷ ୩୪ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହା ଏକ ପ୍ରକାର ହସ୍ପିଟାଲରେ ପ୍ରାପ୍ତ ଜୀବାଣୁ ସଂକ୍ରମଣ ଯାହା ହସ୍ପିଟାଲର ଅପରିଷ୍କାର କାରଣରୁ ବ୍ୟାପିଥାଏ | ଏହି ଜୀବାଣୁ ନିମୋନିଆ, ରକ୍ତ ସଂକ୍ରମଣ ଏବଂ କ୍ଷତ ସଂକ୍ରମଣର କାରଣ ହୋଇଥାଏ।

ଚତୁର୍ଥ ଜୀବାଣୁ ହେଉଛି – ଏସ୍‌.ଅରେଅସ୍‌ । ଏହି କାରଣରୁ,୨୦୧୯ ରେ ଭାରତରେ ୧ ଲକ୍ଷ ୩୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ଜୀବାଣୁ ମଣିଷର ନାକ ଏବଂ ଚର୍ମରେ ଉପସ୍ଥିତ | ଏହି ଜୀବାଣୁ ସଂକ୍ରମଣ ମଧ୍ୟ ସଂକ୍ରମିତ ବ୍ୟକ୍ତିଙ୍କ ସହ ହାତ ମିଳାଇଲେ  ବିସ୍ତାର ହୋଇପାରେ। ଯଦି ଏହି ଜୀବାଣୁ ସଂକ୍ରମଣ ଅଧିକ ବ୍ୟାପିଥାଏ, ତେବେ ସେପସିସ୍ ହୁଏ, ଅର୍ଥାତ୍ ରକ୍ତରେ ବିଷ ବ୍ୟାପିବା ଆରମ୍ଭ କରେ।

ପଞ୍ଚମ ଜୀବାଣୁ ହେଉଛି-ଏ.ବୌମାନି।  ଏହି କାରଣରୁ, ୨୦୧୯ ମସିହାରେ ଭାରତରେ ପ୍ରାୟ ଏକ ଲକ୍ଷ ୪ ହଜାର ଲୋକ ପ୍ରାଣ ହରାଇଥିଲେ। ଏହି ଜୀବାଣୁ ମଧ୍ୟ ନିମୋନିଆ ପରି ଡାକ୍ତରଖାନାର ଅପରିଷ୍କାର କାରଣରୁ ବ୍ୟାପିଥାଏ। ।ଏହି ଜୀବାଣୁ ପ୍ରକୃତରେ ଅନେକ ଜୀବାଣୁଙ୍କର ଏକ ଗୋଷ୍ଠୀ ଯାହାକି ପରିବେଶରେ ମାଟି, ଜଳ ଇତ୍ୟାଦିରେ ଉପସ୍ଥିତ। ଏହି ଜୀବାଣୁ ରକ୍ତ, ଫୁସଫୁସ ଏବଂ ମୂତ୍ର ସଂକ୍ରମଣର କାରଣ ହୋଇଥାଏ।

Leave A Reply

Your email address will not be published.