ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାନଦୀ ବନ୍ୟାରେ କୁମ୍ଭୀର ଆତଙ୍କ, ବନ୍ୟା ପାଣିରେ ବିଶାଳ କୁମ୍ଭୀର ଦେଖି ଲୋକେ ଆତଙ୍କିତ

ବୌଦ୍ଧ : ଲଘୁଚାପଜନିତ ଲଗାଣ ବର୍ଷା କାରଣରୁ ମହାନଦୀରେ ଆସୁଛି ମଧ୍ୟମ ଧରଣର ବର୍ଷା। ହୀରାକୁଦରୁ ୩୪ଟି ଗେଟ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି। ଯାହା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ବନ୍ୟା ପାଣିରେ ବିଶାଳ କୁମ୍ଭୀର ବୁଲୁଛି। ଏଭଳି ଦୃଶ୍ୟ ଦେଖି ନଦୀକୂଳିଆ ଲୋକଙ୍କ ମନରେ ଛନକା ପଶିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ରାମଗଡ଼ ଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ମହାନଦୀରେ ବନ୍ୟା ପାଣି ଆସି ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ରାମଗଡ଼ ମହାନଦୀ ବନ୍ୟା ପାଣିରେ ଏକ ବିଶାଳ କୁମ୍ଭୀର ଯାଉଥିବାର ସ୍ଥାନୀୟ ବାସିନ୍ଦା ଦେଖିଥିଲେ। କୁମ୍ଭୀରଟି ରାମଗଡ଼ ନଦୀ କୂଳରେ ଛକି ରହିଥିବା ବେଳେ ଲୋକଙ୍କ ନଜରରେ ପଡ଼ିଥିଲା। ଏହି କୁମ୍ଭୀର କେଉଁଠାରୁ ଆସିଲା ଏବଂ ଏହା ଗୋଟିଏ ନା ଅଧିକ ସଂଖ୍ୟକ କୁମ୍ଭୀର ଆସିଛନ୍ତି ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ପ୍ରବଳ ବର୍ଷା ସାଙ୍ଗକୁ ମହାନଦୀ ଜଳସ୍ତର ବଢ଼ୁଥିବାରୁ କୁମ୍ଭୀର ଘରମୁହାଁ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ସୂଚନା ଥାଉକି, ଏଠାରେ ମହାନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଉଭୟ ତେଲନଦୀ ଓ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହିତ ହରଭଙ୍ଗା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Leave A Reply

Your email address will not be published.