ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀଲଙ୍କାରେ ସରିଗଲାଣି ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ, ହେଲେ କିଣିବାକୁ ସରକାରଙ୍କ ପାଖରେ ନାହିଁ ଟଙ୍କା

କଲମ୍ବୋ : ଦେଶର ଇତିହାସରେ ସବୁଠୁ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଦିନକୁ ଦିନ ବେହାଲ ହେବାରେ ଲାଗିଛି ଏହି ଦ୍ୱୀପ ଦେଶର ଆର୍ଥିକ ସ୍ଥିତି। ଏହାକୁ ନେଇ ଲୋକମାନେ ରାସ୍ତାରେ ହିଂସା କରୁଥିବାବେଳେ ଅନ୍ୟପଟେ ଦେଶର ରାଜନୈତିକ ଅସ୍ଥିରତା ମଧ୍ୟ ଚରମ ସୀମାରେ ରହିଛି। ରାଜଧାନୀ କଲମ୍ବୋଠୁ ନେଇ ପୂରା ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି ଦେଖା ଦେଇଛି।ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସରିବାକୁ ବସିଲାଣି ।ଏହି କାରଣରୁ ସେ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶୀକୀୟ ଜିନିଷ କିଣିବା ପାଇଁ ଅସହାୟ ହୋଇପଡିଛନ୍ତି । ଦିନକୁ ଦିନ ସଂଗୀନ ହେଉଛି ଶ୍ରୀଲଙ୍କାର ସ୍ଥିତି । ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଦେଶ । ଖାଦ୍ୟ ଅଭାବ ଠୁ ନେଇ ଅତ୍ୟାବଶକୀୟ ଜିନିଷ ମିଳୁନି । ଦଇବ ଦାଉ ସାଧିବା ପରି ଲଙ୍କା ନଗରୀରେ ପେଟ୍ରୋଲ ସରିବା ପରେ ଏବେ ଗ୍ୟାସର ଘୋର ଅଭାବ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଗ୍ୟାସ ନେବାକୁ ଦୀର୍ଘ କିଲୋମିଟର ଯିବା ସହ ୪-୫ ଘଂଟା ସମୟ ଧରି ଛିଡା ହେଉଛନ୍ତି ଶ୍ରୀଲଙ୍କା ନାଗରୀକ ।

ଅପରପକ୍ଷେ ପେଟ୍ରୋଲ କିଣିବା ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ। ତେଣୁ ଲୋକେ ଆଉ ପମ୍ପରେ ଆଉ ଲାଇନ୍‌ ନ ଲଗାଇବାକୁ ଜନ ସାଧାରଣଙ୍କୁ ଶ୍ରୀଲଙ୍କା ସରକାର ଅନୁରୋଧ କରିଛନ୍ତି।ବନ୍ଦରରେ ଲାଗିଛି ପେଟ୍ରୋଲ ଜାହାଜ ହେଲେ କିଣିବାକୁ ଶ୍ରୀଲଙ୍କା ପାଖରେ ନାହିଁ ଟଙ୍କା । ତେବେ ପେଟ୍ରୋଲ୍‌ ଜାହାଜ ଆସି ବନ୍ଦରରେ ଲାଗିଥିଲେ ସୁଦ୍ଧା କିଣିବାକୁ ସରକାରଙ୍କ ପାଖରେ ବୈଦେଶିକ ମୁଦ୍ରା ନ ଥିବାରୁ ପେଟ୍ରୋଲ୍‌ ପମ୍ପ୍‌ରେ ଧାଡ଼ି ନ ବାନ୍ଧିବା ଲାଗି ଶ୍ରୀଲଙ୍କା ତା’ର ନାଗରିକମାନଙ୍କୁ କହିଛି। ବୁଧବାର ଦିନ ସାଂସଦରେ ଶକ୍ତିମନ୍ତ୍ରୀ କଞ୍ଚନ ବିଜେସେକେରା କହିଛନ୍ତି, ଆମ ଜଳରାଶିକୁ ଗୋଟାଏ ପେଟ୍ରୋଲ୍‌ ଜାହାଜ ଆସିଛି। କିନ୍ତୁ, ଖରିଦ କରିବା ଲାଗି ବୈଦେଶିକ ମୁଦ୍ରା ନାହିଁ। ଆଜି କିମ୍ବା କାଲି ଉକ୍ତ ଜାହାଜରୁ ପେଟ୍ରୋଲ୍‌ କିଣାଯିବ ବୋଲି ଶ୍ରୀଲଙ୍କା ଆଶା କରୁଛି। ପୂର୍ବରୁ ମଧ୍ୟ ଶ୍ରୀଲଙ୍କା ଉପରେ ଉକ୍ତ ଯୋଗାଣକାରୀ କମ୍ପାନି ୫୩ ନିୟୁତ ଡଲାର୍‌ ବାକି ରଖିଛି।

ଆଉ ଏପରି ସଙ୍କଟ ସମୟରେ  ସରକାରୀ ବିମାନ କମ୍ପାନୀକୁ ବିକ୍ରି ନିଷ୍ପତ୍ତି ନେଇସାରିଥିବା ଶ୍ରୀଲଙ୍କା ସରକାର ଏବେ ନୂଆ ନୋଟ୍‌ ଛାପିବାକୁ ଯାଉଛନ୍ତି। ନୂଆ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ଦେଶକୁ ବର୍ତ୍ତମାନର ସଙ୍କଟରୁ ମୁକ୍ତ କରିବା ପାଇଁ ନୂଆ ମୁଦ୍ରା ଛାପିବା ଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି। ନୂତନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ବିକ୍ରମସିଂଘେ ସଙ୍କଟ ଦେଇ ଗତି କରୁଥିବା ଦେଶର ଆର୍ଥିକ ସ୍ଥିତି ପୁନର୍ଜୀବିତ କରିବା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ କର୍ମଚାରୀଙ୍କୁ ଦରମା ଦେବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ। ଗତ କିଛି ମାସ ମଧ୍ୟରେ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଏତେ ଭୟଙ୍କର ରୂପ ନେଇଛି ଯେ ଦେଶର ଲୋକମାନେ ଅସହାୟ ପରିସ୍ଥିତିକୁ ଆସିଯାଇଛନ୍ତି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ଶେଷ ହୋଇଯାଇଛି, ଯେଉଁ କାରଣରୁ ଶ୍ରୀଲଙ୍କା ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ କରିବାରେ ସକ୍ଷମ ହେଉନାହିଁ।

ଉଲ୍ଲେଖନୀୟ କଥା ହେଉଛି, ଦେଶ ଏହାର ଅଧିକାଂଶ ଆବଶ୍ୟକତା ଆମଦାନୀ କରିଥାଏ। ଏଥିରେ ଔଷଧଠାରୁ ଆରମ୍ଭ କରି ତେଲ ପର୍ଯ୍ୟନ୍ତ ସବୁକିଛି ଅନ୍ତର୍ଭୁକ୍ତ। ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଡିସେମ୍ବରରେ ଶ୍ରୀଲଙ୍କାର ମୋଟ ଆମଦାନୀରେ ପେଟ୍ରୋଲିୟମ ସାମଗ୍ରୀର ଅଂଶ ୨୦ ପ୍ରତିଶତ ରହିଥିଲା, କିନ୍ତୁ, ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ହେତୁ ଶ୍ରୀଲଙ୍କା ସରକାର ଇନ୍ଧନ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ କରିବାରେ ବିଫଳ ହେଉଛନ୍ତି। ଏହି କାରଣରୁ ଦେଶରେ ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବ ଦେଖାଦେଇ ମୂଲ୍ୟ ଦିନକୁ ଦିନ ଆକାଶଛୁଆଁ ହୋଇଛି। ବର୍ତ୍ତମାନ ଶ୍ରୀଲଙ୍କାରେ ଶକ୍ତି ସଙ୍କଟ ଏତେ ଗମ୍ଭୀର ହୋଇଛି ଯେ, ସେଠାରେ ପ୍ରତିଦିନ ୧୦ ଘଣ୍ଟା ବିଦ୍ୟୁତ୍ କାଟ୍‌ ହେଉଛି। ଶ୍ରୀଲଙ୍କା ବିଶ୍ୱ ବ୍ୟାଙ୍କରୁ ୧୬୦ ନିୟୁତ ଡଲାରର ଆର୍ଥିକ ସହାୟତା ପାଇଛି। କହିଛନ୍ତି ଯେ ବିଶ୍ବ ବ୍ୟାଙ୍କରୁ ମିଳିଥିବା ସମସ୍ତ ଅର୍ଥକୁ ଇନ୍ଧନ କିଣିବାରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଲୋକଙ୍କୁ ସେଠାରେ ୧୫୦ ଟଙ୍କାରେ ଗୋଟିଏ ପାଉଁରୁଟି ପ୍ୟାକେଟ୍ କିଣିବାକୁ ପଡୁଛି। ଏକ କିଲୋଗ୍ରାମ ଚାଉଳ ଏବଂ ଚିନିର ମୂଲ୍ୟ କିଲୋଗ୍ରାମ ୨୯୦ ଟଙ୍କାରେ ପହଞ୍ଚିଛି। ଆହୁରିମଧ୍ୟ ଏକ କିଲୋଗ୍ରାମ ଆଳୁ ପାଇଁ ଲୋକେ ୨୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ କରିଛନ୍ତି।

ପେଟ୍ରୋଲ ବୋଝେଇ ଜାହାଜ ପ୍ରାୟ ଦୁଇମାସ ଧରି ଶ୍ରୀଲଙ୍କା କୂଳରେ ଲାଗିଛି, କିନ୍ତୁ ଏହାର ଦେୟ ଦେବାକୁ ସରକାରଙ୍କ ପାଖରେ ବିଦେଶୀ ମୁଦ୍ରା ନାହିଁ। ଶ୍ରାଲଙ୍କାର ଶକ୍ତି ମନ୍ତ୍ରୀ କାଞ୍ଚାନା ୱିଜେସେକେରା ସଂସଦକୁ କହିଛନ୍ତି ଯେ, ମାର୍ଚ୍ଚ ୨୮ଠାରୁ ପେଟ୍ରୋଲ ଆଣି ଆସିଥିବା ଏକ ଜାହାଜ ଶ୍ରୀଲଙ୍କା ଉପକୂଳରେ ଲଙ୍ଗର ପକାଇଛି। ଜାହାଜ ପାଇଁ ଦେୟ ଦେବାକୁ ଆମ ପାଖରେ ଆମେରିକୀୟ ଡଲାର ନାହିଁ। ସେଥିପାଇଁ ଆମେ ଲୋକଙ୍କୁ ପେଟ୍ରୋଲ ପାଇଁ ଲାଇନ୍‌ରେ ଛିଡା ନ ହେବାକୁ ଲୋକଙ୍କୁ ଅନୁରୋଧ କରିଛୁ। ଡିଜେଲରେ କୌଣସି ଅସୁବିଧା ନାହିଁ। ଆମ ପାଖରେ ପେଟ୍ରୋଲର ସୀମିତ ଷ୍ଟକ୍ ରହିଛି ଏବଂ ଅତ୍ୟାବଶ୍ୟକ ସେବା ବିଶେଷ କରି ଆମ୍ବୁଲାନ୍ସ ପାଇଁ ଏହାକୁ ଆବଣ୍ଟନ କରିବାକୁ ଚେଷ୍ଟା କରୁଛୁ। ସମସ୍ତ ଫିଲିଂ ଷ୍ଟେସନରେ ପେଟ୍ରୋଲ ବଣ୍ଟନ ଶେଷ କରିବାକୁ ଶୁକ୍ରବାର ଠାରୁ ଆଉ ତିନି ଦିନ ଲାଗିବ ବୋଲି ୱିଜେସେକେରା କହିଛନ୍ତି।

Leave A Reply

Your email address will not be published.