ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାଲେଣ୍ଟାଇନ୍ ସପ୍ତାହ ପାଇଁ ସତର୍କ କରାଇଲା କ୍ରାଇମ୍‌ବ୍ରାଞ୍ଚ୍‌

ଭୁବନେଶ୍ବର: ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍‌ ୱିକ୍। ସମୟ ସହ ବଢିଛି ମୋବାଇଲର ବ୍ଯବାହାର ।  ସୋସିଆଲ ମିଡିଆରେ ଅଭ୍ୟୁଦୟ ଫଳରେ ପ୍ରେମ ନିବେଦନ କରିବା ସହଜ ହୋଇଛି। ପ୍ରେମିକ ପ୍ରେମିକମାନେ ମେସେଜ୍‌ ଦ୍ବାରା ନିଜର ମନର କଥା କହିବା ସହ ଅନଲାଇନରେ ଉଭୟ ଉଭୟଙ୍କୁ ଗିଫ୍ଟ ଦେଇଥାନ୍ତି । ଫଳରେ ଅନଲାଇନ କାରବାର ବଢିଥାଏ । ଅନଲାଇନ କାରବାର ସମୟରେ ସାଇବର ଠକେଇ ଆଶଙ୍କା ରହିଛି। ଏ ନେଇ ସତର୍କ କରାଇଛି କ୍ରାଇମ୍‌ବ୍ରାଞ୍ଚ୍‌। କୌଣସି ସମୟରେ ଆପଣଙ୍କୁ ସାଇବର ଠକ ମାନେ ଚୂନ ଲଗାଇପାରନ୍ତି। ଠକ ମାନେ ଚାତକ ଭଳି ଚାହିଁ ରହିଛନ୍ତି। ସାଇବର ଠକେଇ ଆଶଙ୍କା କରି ସତର୍କ କରାଇଛି କ୍ରାଇମ୍‌ବ୍ରାଞ୍ଚ୍‌ । ଅଜଣା କଲ୍ ଓ ଗିଫ୍ଟ ଆଦି ନେବା ଓ ଦେବାରେ ସତର୍କ ରହିବାକୁ ପରାମର୍ଶ ଦେଇଛି କ୍ରାଇମ୍‌ବ୍ରାଞ୍ଚ୍‌।

 

Leave A Reply

Your email address will not be published.