ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମମିତା ହତ୍ୟାକାଣ୍ଡ ମାମଲା: ମହାଲିଙ୍ଗ ଷ୍ଟାଡିୟମରେ ନିଜ ଅପରାଧର ଡେମୋ ଦେଖାଇଲା ଗୋବିନ୍ଦ ସାହୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗିରଫ ଗୋବିନ୍ଦ ସାହୁ ଆଜି ଡେମୋ ଦେଖାଇଛି । ଷ୍ଟାଡିୟମରେ ନିଜେ କିପରି ଅପରାଧ କରିଥଲା ତା’ର ଡେମୋ ଦେଖାଇଛି ଗୋବିନ୍ଦ ସାହୁ । ପୋଲିସ ରିମାଣ୍ଡରେ ଥିବା ଗୋବିନ୍ଦକୁ ଆଜି ଭୋର୍‌ରେ ମହାଲିଙ୍ଗ ଷ୍ଟାଡିୟମକୁ ଅଣାଯାଇଥିଲା, ଯେଉଁଠି ସେ ମମିତାଙ୍କୁ ପୋଡି ପୋତି ଦଇଥିଲା । ସେଠାରେ ଉତ୍ତରାଂଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଏସପି ନୀତୀନ କୁଶଲକରଙ୍କ ଉପସ୍ଥିତିରେ ଗୋବିନ୍ଦ ପ୍ରାୟ ୧୫ ମିନିଟ ଧରି ଡେମୋ ଦେଖାଇଥିଲା । ଗତକାଲି ମହାଲିଙ୍ଗ ଷ୍ଟାଡିୟମରେ ଦୀର୍ଘ ସମୟ ଧରି ଖାନତଲାସୀ କରାଯାଇଥିଲା । ମମିତାଙ୍କୁ ଯେଉଁଠି ପୋତି ଦିଆଯାଇଥିଲା, ସେହି ସ୍ଥାନକୁ ଖୋଳାଖୋଳି କରାଯାଇଥିଲା । ପରେ ପୋଲିସ ସନସାଇନ ସ୍କୁଲର ଗାର୍ଲସ ହଷ୍ଟେଲ ଯାଇ ଯାଂଚ୍ କରିଥିଲେ ।

Leave A Reply

Your email address will not be published.