ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାଇବର କ୍ରାଇମ ରୋକିବାକୁ କ୍ରାଇମବ୍ରାଞ୍ଚର ପ୍ରୟାସ, ଚଳଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଲେ ସବ୍ୟର୍ଚ୍ଚିତା

ଭୁବନେଶ୍ବର : ଥମୁନି ସାଇବର ଠକଙ୍କ ଉତ୍ପାତ। ରାଜ୍ୟ ରାଜଧାନୀରେ ସାଇବର୍‍ ଠକେଇ ବଢ଼଼ିବାରେ ଲାଗିଛି। ସାଇବର ଠକେଇ କମେଇବା ପାଇଁ ପୁଲିସ ସ୍ବତନ୍ତ୍ର ଜ୍ଞାନ କୌଶଳ ଆପଣାଉଥିବା ବେଳେ ନୂଆନୂଆ କୌଶଳରେ ଠକେଇ କରିବାରେ ବ୍ୟସ୍ତ ଅଦୃଶ୍ୟ ଠକ। ଯାହା ପୁଲିସର ଚିନ୍ତା ବଢ଼଼ାଇ ଦେଇଛି। ଏହାରି ମଧ୍ୟ ପୁଲିସ ଲୋକମାନଙ୍କୁ ସତର୍କ କରି ସାଇବର ଠକେଇରୁ ବର୍ତ୍ତିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି। ଖବା କାଗଜ ଏବଂ ଟିଭି ମାଧ୍ୟମରେ ଲୋକଙ୍କୁ ସତର୍କ କରିବା ପରେ ଏବେ ଚଳଚିତ୍ର ମାଧ୍ୟମରେ ସଚେତନ କରିବ କ୍ରାଇମବ୍ରାଞ୍ଚ । ଅଭିଯାନରେ କ୍ରାଇମବ୍ରାଞ୍ଚ ସହ ଯୋଡି ହୋଇଛନ୍ତି ଷ୍ଟାର କପଲ୍‌ ସବ୍ୟସାଚୀ ଓ ଅର୍ଚ୍ଚିତା । ସାଇବର ଠକ ତଥା ସାଇବର ଅପରାଧ ସମ୍ବନ୍ଧରେ ଲୋକଙ୍କୁ ସଚେନତ କରିବା ପାଇଁ ଓଲିଉଡ଼ ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ କ୍ରାଇମବ୍ରାଞ୍ଚ ସାଇବର ସେଲର ବ୍ରାଣ୍ଡ ଆମ୍ବାସାଡ଼ର ହୋଇଛନ୍ତି।


ବୁଧବାର ଏହି ଅବସରରେ ସାଇବର ଠକଙ୍କଠାରୁ କିପରି ବର୍ତ୍ତିବା ସେନେଇ ଏକ ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ରର ଶୁଭ ଉନ୍ମୋଚନ ମଧ୍ୟ ହୋଇଛି, ଯେଉଁଥିରେ ସବ୍ୟସାଚୀ ଓ ଅର୍ଚ୍ଚିତା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।ଠକାମି ପୂର୍ବରୁ ସାଇବର ଠକଙ୍କୁ କିପରି ଚିହ୍ନିବେ । ଏନେଇ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ନୂଆ ଫିଲ୍ମ ରେ ଏହି ମନ୍ତ୍ର ଦେଇଛନ୍ତି । ଯେଉଁଥିରେ କିଭଳି ଠକଙ୍କ ମେସେଜ ଆସୁଛି ଓ କିପରି ଠକେଇ ପାଇ ପ୍ଲାନ କରୁଛନ୍ତି ଆଉ ଠକାମିରୁ ବର୍ତିବାକୁ କି ପଦକ୍ଷେପ ନେଉଛନ୍ତି,  ଯଦି ଆପଣ ସତର୍କତା ମୂଳକ ପଦକ୍ଷେପ ନେଇପାରିବେ ତେବେ ଜାଣିପାରିବେ କିଏ ଠକ କିଏ ଭୁଲ ।

ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ବସନ୍ତ ସାହୁ ଏହାର ନିର୍ଦେଶନା ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ସବ୍ୟର୍ଚ୍ଚିତାଙ୍କ ସହ କ୍ରାଇମବ୍ରାଞ୍ଚ ଏଡିଜେ ସଞ୍ଜୀବ ପଣ୍ଡା, ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ।ଏନେଇ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ଏନେଇ ସବ୍ୟସାଚିଙ୍କୁ ବ୍ରାଣ୍ଡ ଆମ୍ବାସାଡାର କରାଯାଇଛି।ଆଗାମି ଦିନରେ ଏହି ପରି କ୍ଷୁଦ୍ରଫିଲ୍ମ ଜରିଆରେ ସଚେତନତା ମୁଳକ ଭିଡିଓ କରି ଜନସାଧାରଣଙ୍କୁ ସଚେତନତା କରାଯିବ।

Leave A Reply

Your email address will not be published.