ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହାତୀଦାନ୍ତ ଡିଲ ବେଳେ କ୍ରାଇମ ବ୍ରାଞ୍ଚ ଚଢ଼ାଉ

ବାଲେଶ୍ୱର: ହାତୀଦାନ୍ତ ଚୋରା ଚାଲାଣରେ କେନ୍ଦୁଝର, ଭୁବନେଶ୍ୱର ଓ ଭଦ୍ରକର ଲିଙ୍କ । ହାତୀଦାନ୍ତ ମାଢି ବିକ୍ରି ପାଇଁ ଡିଲ ବେଳେ ମାଡି ବସିଲା କ୍ରାଇମ ବ୍ରାଞ୍ଚ । ରାତି ଅଧରେ ରେଡ୍ କରି ୫ ଜଣଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ । ଖଇରା, ଭଦ୍ରକ ପୋଲିସ ଓ ଔପଦା ବନ ବିଭାଗର ମିଳିତ ଉଦ୍ୟମରେ କ୍ରାଇମ ବ୍ରାଞ୍ଚ ରେଡ କରିଥିଲା । ସେପଟେ ଏଭଳି ହାଇପ୍ରୋଫାଇଲ ଗ୍ୟାଙ୍ଗରେ ସାମିଲ ଥିବା ସମସ୍ତ ଅଭିଯୁକ୍ତ ଭଦ୍ରକ, ଔପଦାର ବୋଲି ଜଣା ପଡିଛି । ଔପଦା ବ୍ଲକ ମହୁଲଗଡ଼ିଆରୁ ବନମାଳୀ ସେଠି, ସୁଦର୍ଶନ ମହାରଣା, ଅଜୟ ମୁଦୁଲି, ଖଇରା ଜେମାଦେଇପୁରର ବାବୁରାମ ପୃଷ୍ଟି, ଭଦ୍ରକ କାଦବରାଙ୍ଗର ନଟବର ଦାସଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ଏକ କିଲୋ ତିନି ଶହ ଗ୍ରାମ ଓଜନର ହାତୀ ଦାନ୍ତ ଓ ଦୁଇଟି ଛଅ କିଲୋରୁ ଅଧିକ ମାଢି ଜବତ କରିଛି ବନ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ବଜ଼ାରରେ 2 ଲକ୍ଷ ଟଙ୍କା ହେବ ବୋଲି ଜଙ୍ଗଲ ବିଭାଗ ଆକଳନ କରିଛି । ସେପଟେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି କ୍ରାଇମ ବ୍ରାଞ୍ଚ ଡିଏସପି ।

Leave A Reply

Your email address will not be published.