ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀ ଉପକଣ୍ଠରେ ଗୋରୁ ଚୋରା ଚାଲାଣ ହେଉଥିବା ବେଳେ ଅଟକାଇଲେ ଗ୍ରାମବାସୀ

ବାଲିଅନ୍ତା, ରାଜଧାନୀ ଉପକଣ୍ଠରେ ଗୋରୁ ଚୋରା ଚାଲାଣ ହେଉଥିବା ବେଳେ ଅଟକାଇଲେ ଗ୍ରାମବାସୀ । ଘଟଣା ସ୍ଥଳରେ ବଜରଙ୍ଗ ଦଳର କର୍ମୀ ମାନେ ପହଁଞ୍ଚି ପିକ୍ ଅପ୍ ଭ୍ୟାନ୍ରୁ ୫ଟି ଗୋରୁଙ୍କୁ ଉଦ୍ଧାର କରିଛନ୍ତି ।

ବାଲିଅନ୍ତା ଥାନା ସାହେବନଗର ଗ୍ରାମରୁ ଏହି ଗୋରୁ ସବୁ ଭଦ୍ରକ ଯାଉଥିଲା । ପୂର୍ବରୁ ଜଗି ରହିଥିବା ଗ୍ରାମବାସୀ ଏହି ଗାଡ଼ିକୁ ଅଟକାଇ ଥିଲେ । ଗାଡ଼ିର ଡ୍ରାଇଭର୍ ଲୋକମାନଙ୍କୁ ଧମକ ଚମକ ଦେଇ ଖସି ଯିବାକୁ ଉଦ୍ୟମ କରୁଥିଲା ।

ଖବର ପାଇ ବାଲିଅନ୍ତା ପୋଲିସ୍ ପହଁଞ୍ଚି ଗୋରୁ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଅଟକ ରଖିଛି ।

କିଛି ମାସ ପୂର୍ବେ ସାହେବ ନଗର ଗ୍ରାମରୁ ବିପୁଳ ପରିମାଣର ଗୋମାଂସ ଜବତ କରିଥିଲା ପୋଲିସ୍ । ଏହି ବେଆଇନ୍ ଗୋ ଚାଲାଣ , ଗୋ ମାଂସ ଚାଲାଣ ଉପରେ ରୋକ୍ ନ ଲାଗିଲେ ପରିସ୍ଥିତି ଭୟାବହ ହେବ ବୋଲି ବଜରଙ୍ଗ ଦଳ ଚେତାବନି ଦେଇଛି ।

Leave A Reply

Your email address will not be published.