ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଭିଡ ନିୟମ ଉଲ୍ଲଂଘନ: ୭ ଦିନରେ ଦେଢ଼ କୋଟି ଜରିମାନା

କଟକ: କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପୁଲିସ ଡିଜିପିଙ୍କ ପକ୍ଷରୁ ନିକଟରେ ଅନୁଷ୍ଠିତ ସମୀକ୍ଷାରେ କୋଭିଡ ଏନଫୋର୍ସମେଣ୍ଟ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ବିଭିନ୍ନ କଟକଣା କୋହଳ ସତ୍ତ୍ବେ ପୁଲିସ ପକ୍ଷରୁ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଉଥିବା କୁହାଯାଉଛି।

ମିଳିଥିବା ସୂଚନାନୁସାରେ, ପୁଲିସ ପକ୍ଷରୁ ଗତ ୭ଦିନ ମଧ୍ୟରେ ପ୍ରାୟ ଦେଢ କୋଟି ଟଙ୍କା ଜରିମାନା ଆକାରରେ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ କରାଯାଇଛି। ତେବେ ଗତ ଦ୍ୱିତୀୟ ଲହରର ଏପ୍ରିଲ ଓ ମେ ମାସରେ ପୁଲିସ କୋଭିଡ ନିୟମ ଉଲ୍ଲଘଂନ କ୍ଷେତ୍ରରେ ପ୍ରାୟ ୧୫କୋଟି ଟଙ୍କା ଜରିମାନା ଆଦାୟ କରିପାରିଥିଲା। ବର୍ତ୍ତମାନ କୋଭିଡ ଏନଫୋର୍ସମେଣ୍ଟ ଜାରି ରହିଥିବା ବେଳେ ଗତ ୭ ଦିନ ଭିତରେ ପ୍ରାୟ ୫ ହଜାରରୁ ଅଧିକ ଗାଡ଼ି ପୁଲିସ ଜବତ କରିପାରିଛି। ସେହିପରି ୧୩୩ଜଣଙ୍କୁ ଗିରଫ କରିଥିବା ପୁଲିସ ମୁଖ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଗତ ୨୭ ତାରିଖରେ ପୁଲିସ କୋଭିଡ ନିୟମ ଉଲ୍ଲଘଂନ ପାଇଁ ୨ଟି ମାମଲା ରୁଜ୍ଜୁ କରିଥିବା ବେଳେ ୭୫୦ରୁ ଅଧିକ ଗାଡି ଜବତ କରିଛି।

ସେହିପରି ନିୟମ ଉଲ୍ଲଘଂନକାରୀଙ୍କ ଠାରୁ ଜରିମାନା ଆକାରରେ ୧୯ଲକ୍ଷ ୬୭ହଜାରରୁ ଅଧିକ ଟଙ୍କା ଆଦାୟ କରିଛି ପୁଲିସ। ୨୬ତାରିଖରେ ଜରିମାନା ଆକାରରେ ୧୯ଲକ୍ଷ ୮୯ହଜାର ୧୫୦ ଟଙ୍କା, ୨ ୫ତାରିଖରେ ୨୧ଲକ୍ଷ ୬୬ହଜାର ୧୫୦ଟଙ୍କା, ୨୪ତାରିଖରେ ୨୦ଲକ୍ଷ୯୭ହଜାରଟଙ୍କା, ୨୩ତାରିଖରେ ସର୍ବାଧିକ ୨୫ଲକ୍ଷଟଙ୍କା, ୨୨ତାରିଖରେ ୨୧ଲକ୍ଷ୯୫ହଜାର ଓ ୨୧ତାରିଖରେ ୨୧ଲକ୍ଷ ୯୯ହଜାର ଟଙ୍କା ଜରିମାନା ଆକାରରେ ପୁଲିସ ଆଦାୟ କରିଥିବା ସୂଚନା ମିଳିଛି। ୨୭ତାରିଖ ଦିନ ୭୫୬ଗାଡି ଜବତ କରିଥିବା ବେଳେ ୨୬ତାରିଖରେ ୬୭୧ଟି, ୨୫ରେ ୭୨୮ଟି, ୨୪ରେ ୬୬୧ଟି, ୨୩ରେ ୯୦୫ଟି, ୨୨ରେ ୭୮୯ଟି ଓ ୨୧ ତାରିଖରେ ୮୦୧ଗାଡି ଜବତ ହୋଇଥିବା କୁହାଯାଇଛି। ଆଗକୁ ତୃତୀୟ ଲହର ଆଶଙ୍କା ଏବଂ ପାର୍ବଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ପୂର୍ବକ ସତର୍କତା ଅଭିଯାନ ଜାରି ରହିଥିବା କୁହାଯାଉଛି।

Leave A Reply

Your email address will not be published.