ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟିକା ସାର୍ଟିଫିକେଟରେ ରହିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ

ନୂଆଦିଲ୍ଲୀ: ଟିକା ସାର୍ଟିଫିକେଟରେ ରହିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ ।  ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ଟିକା ସାର୍ଟିଫିକେଟରେ ଆଉ ରହିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ । ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଆଦି ରାଜ୍ଯରେ ଟିକା ନେବା ପରେ ସାର୍ଟିଫିକେଟରେ ଏଣିକି ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବ ନାହିଁ । ଏହା ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ୍ନ କରୁଥିବାରୁ କେନ୍ଦ୍ର ସରକାର ପକ୍ଷରୁ ଏହି ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୫ ରାଜ୍ୟ ପାଇଁ କୋ-ଓ୍ୱିନ୍ ପୋର୍ଟାଲରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ହେବ ।

ସୂଚନା ଅନୁଯାୟୀ, ଗତବର୍ଷ ଏପ୍ରିଲ-ମେ’ ମାସରେ ପଶ୍ଚିମବଙ୍ଗ, କେରଳ, ଆସାମ, ତାମିଲନାଡୁ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ବେଳେ ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ବିଭିନ୍ନ ରାଜନୈତିକ ଦଳ ଆପତ୍ତି ଉଠାଇଥିଲେ ।

 

Leave A Reply

Your email address will not be published.