ରାଜ୍ୟରେ ଉପରମୁହାଁ କୋରୋନା ଗ୍ରାଫ: ପ୍ଲାଟୋ ଷ୍ଟେଜକୁ ନଆସିବା ଯାଏଁ ସଂକ୍ରମଣ କେବେ କମିବ କହିହେବନି

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ। କିଛି ଦିନ ତଳେ ୫୦୦ ଶହରୁ ତଳେ ରହୁଥିବା କରୋନା ସଂକ୍ରମଣ ହଠାତ ପାଞ୍ଚ ହଜାର ଛୁଇଁବାକୁ ବସିଲାଣି। ଏହାରି ମଧ୍ୟରେ ରାଜ୍ୟରେ କରୋନାର ତୃତୀୟ ଲହର ମଧ୍ୟ ଆସିସାରିଥିବା କୁହାଯାଉଛି। ତେବେ ରାଜ୍ୟରେ ବର୍ତ୍ତମାନ ଯେଉଁପରି ଭାବେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ମାତ୍ରା ଏବେ କମିବନି। ରାଜ୍ୟରେ ଏବେ ଯେତିକି ଚିହ୍ନଟ ହେଉଛନ୍ତି ଆଗକୁ ତାହାଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେବେ। ରାଜ୍ୟରେ କରୋନା ସ୍ଥିତିକୁ ନେଇ ଏପରି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢୁଛି ସେଇଭଳି ମଧ୍ୟ ଆଗକୁ ବ ଢ଼ିବ।ଯେପର୍ଯ୍ୟନ୍ତ ପ୍ଲାଟୋ ଷ୍ଟେଜ ନ ଆସିଛି ଆମେ କହି ପରିବା ନାହିଁ ଯେ କେବେ କମିବ। ବର୍ତ୍ତମାନ ପ୍ଲାଟୋ ଷ୍ଟେଜ ଆକଳନ କରିବା କଷ୍ଟକର।କେବଳ ଜାନୁଆରୀ ମାସର ୮ ଦିନରେ ଚିହ୍ନଟ ହେଲେଣି ୧୫ ହଜାର ୬୧୧ ସଂକ୍ରମିତ ଚିହ୍ନଟ ହେଲେଣି। ଗତକାଲି ତୁଳନାରେ ୧୦୩୫ ମାମଲା ବୃଦ୍ଧି ପାଇଛି। ଅନ୍ୟପଟେ ପ୍ରଥମ ଲହରର ପିକ ଅତିକ୍ରମ କରିଛି ଆଜିର ସଂକ୍ରମଣ। ପ୍ରଥମ ଲହର ୨୦୨୦ ସେପ୍ଟେମ୍ବର ୨୫ରେ ୪୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୪୭୧୪।

ଖୋର୍ଦ୍ଧା ଓ ସୁନ୍ଦରଗଡ଼ ପରେ ରେଡ଼ ଜୋନକୁ ଯାଇଛି ସମ୍ବଲପୁର ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର ୧୧.୯%, ସମ୍ବଲପୁରରେ ୧୦.୯% ଓ ସୁନ୍ଦରଗଡରେ ୧୦.୬% ରହିଛି । କଟକଣା ଜାରି କରାଯାଇଛି। ବର୍ତ୍ତମାନ ସଂକ୍ରମଣ ଆକଳନ କରିବା କଷ୍ଟକର। ଏନେଇ ସମସ୍ତେ କୋଭିଡ୍ ନିୟମ ମାନନ୍ତୁ । ରାଜ୍ୟରେ ଜାନୁଆରୀ ଶେଷ ସୁଦ୍ଧା ପିକରେ ଛୁଇଁବ କରୋନା। ଯଦିଓ ଏବେ ସଂକ୍ରମଣ ବଢୁଛି, ଗୁରୁତର କରୁନି। ଅଧିକ ହସ୍ପିଟାଲ ବେଡ଼ ଦରକାର ମଧ୍ୟ ଆବଶ୍ୟକତା ପଡୁନାହିଁ। ରାଜ୍ୟରେ କେଶ ଲୋଡ଼ ଏବଂ ହସ୍ପିଟାଲିଟି ଉପରେ କମ ପ୍ରଭାବ ପଡୁଛି। ଗୁରୁତର ସଂଖ୍ୟା ବହୁତ କମ ରହୁଛି। ଆମେ ଯଦି ସତର୍କ ରହିବା ଫେବୃଆରୀ ଶେଷ ସୁଦ୍ଧା ଏହି ସଂକ୍ରମଣକୁ ପାର କରିଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଅନ୍ୟପଟେ  ସୋମବାର ଠାରୁ ରାଜ୍ୟରେ ଆରମ୍ଭ ହେବ ବୁଷ୍ଟର ଡୋଜ । ମୁଖ୍ୟତଃ ଆଗ ଧାଡ଼ିରେ ଥିବା ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ପାଇଁ ସେହି ମାନଙ୍କୁ ଏହି ଡୋଜ୍ ଦିଆଯିବ। ଆଶା କରାଯାଉଛି ଡବଲ ଡୋଜ୍ ପରେ ବୁଷ୍ଟର ଡୋଜ  ଫଳ ପ୍ରଦ ହେବ। ପୂର୍ବ ଭଳି ଯେତୋଟି ଟିକାକରଣ କେନ୍ଦ୍ରରେ ଟିକାଦାନ କରାଯାଉଥିଲା ତାହା ବଳବତ୍ତର ରହିବ। ଏହା ଛଡ଼ା ଆବଶ୍ୟକ ପରିମାଣର ଶଯ୍ୟା ଓ ବ୍ୟବସ୍ଥା ଉପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ।

Leave a comment