ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାସ୍କ, ବ୍ୟାଗରେ ଦେଉଛନ୍ତି ସଚେତନତାର ବାର୍ତ୍ତା

କରୋନା କାଳରେ ଶିଳ୍ପୀଙ୍କ ନିଆରା ପ୍ରୟାସ

ଭୁବନେଶ୍ୱର, ଚାରିଆଡ଼େ କରୋନାର କରାଳ ରୂପ। ଏଭଳି ଘଡ଼ିସନ୍ଧି ମୁହୂର୍ଭରେ ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି ଜଣେ ଚିତ୍ରଶିଳ୍ପୀ। ଲୋକଙ୍କୁ କରୋନା ସଚେତନତାର ନିଆରା ବାର୍ତ୍ତା ଦେବାପାଇଁ କେତେବେଳେ କପଡ଼ା ମାସ୍କରେ ତ ଆଉ କେତେବେଳେ କାଗଜ ଓ କପଡ଼ା ବ୍ୟାଗ୍ ଉପରେ କରୁଛନ୍ତି ଭଳିକିଭଳି ଚିତ୍ର। ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ତାଙ୍କର ଏହି ପ୍ରୟାସ । ସେମିତି ଜଣେ ଚିତ୍ରଶିଳ୍ପୀ ହେଉଛନ୍ତି ପୁରୁଣା ଭୁବନେଶ୍ବରର ରାଜକିଶୋର ମହାରଣା। କରୋନା ମହାମାରୀ ଆରମ୍ଭରୁ କାନ୍‌ଭାସ୍ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଉଥିଲେ ରାଜକିଶୋର। କିନ୍ତୁ ଦ୍ବିତୀୟ ଲହରରେ ବଦଳାଇଛନ୍ତି ନିଜର ସଚେତନତାର ତରିକା |

covid awareness message in bag

ଲକ୍‌ଡାଉନ୍ ଯୋଗୁଁ ସମସ୍ତେ ଗୃହବନ୍ଦୀ ଥିବାବେଳେ କିଛି ଲୋକ ଅମାନିଆ ହୋଇ ବାହାରେ ବୁଲୁଛନ୍ତି। ଅଧିକାଂଶ ଲୋକ ହାଟ ବଜାରକୁ ଯିବା ସମୟରେ ମାସ୍କ ନ ପିନ୍ଧି, ସାମାଜିକ ଦୂରତା ରକ୍ଷା କରୁ ନ ଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ସମୟରେ ସେ କପଡ଼ା ମାସ୍କ, ଏବଂ ବ୍ୟାଗରେ କରୋନା ସଚେତନତାର ବାର୍ତ୍ତା ଦେଉଛନ୍ତି। ଏଥିପାଇଁ ବିଭିନ୍ନ ପ୍ରକାରର କାଗଜ ଏବଂ କପଡ଼ା ବ୍ୟାଗ୍ ସଂଗ୍ରହ କରି ସେସବୁକୁ ଆକର୍ଷଣୀୟ ରୂପ ଦେଇ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ ହୋଇଛନ୍ତି। ସାମାଜିକ ଦୂରତା ରକ୍ଷା, ମାସ୍କର ବ୍ୟବହାର, ବାରମ୍ବାର ହାତ ଧୋଇବା ଅଭ୍ୟାସ ଏବଂ ଟିକା ପାଇଁ ସମସ୍ତଙ୍କର ଆଗ୍ରହ ପ୍ରକାଶ ପାଇଁ ଚିତ୍ରରେ ସଚେତନତା ବାର୍ତ୍ତା ଦେଇ ଲୋକଙ୍କୁ ସେ ବେଶ୍ ପ୍ରଭାବିତ କରୁଛନ୍ତି। ଅଦରକାରୀ ବ୍ୟାଗରେ ରାଜକିଶୋରଙ୍କର ଏହି କଳାକୃତି ଲୋକଙ୍କୁ ସଚେତନତ କରିବା ସହ ବେଶ୍ ଆକର୍ଷଣ ମଧ୍ୟ କରୁଛି। ଏସମ୍ପର୍କରେ ରାଜକିଶୋର କୁହନ୍ତି, ଗତବର୍ଷ କରୋନାର ପ୍ରଥମ ଲହରରୁ ଏହି ପ୍ରୟାସ ସେ କାନ୍‌ଭାସ୍‌ରେ ଆରମ୍ଭ କରିଥିଲେ। ପରେ ହାଟ ବଜାରର ସ୍ଥିତି ଦେଖ୍ ମାସ୍କ ଏବଂ ବ୍ୟାଗରେ ଆରମ୍ଭ କରିଛି। ଏହା ବିକ୍ରି ପାଇଁ ନୁହେଁ ସାମାଜିକ ବାର୍ତ୍ତା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ମାସ୍କରେ କରୋନା ସଚେତନତାର ଚିତ୍ର ପାଇଁ ପୁରସ୍କୃତ ମଧ୍ୟ ହୋଇଛି। ମହାମାରୀର ଅନ୍ତ ହେବା ଯାଏଁ ସେ ଏହି ପ୍ରୟାସ ଜାରି ରଖୁବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.