ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆରଏମଆରସି ଆରମ୍ଭ କରିବ ରାଣ୍ଡମ ସାମ୍ପଲ ସର୍ଭେ: କରୋନାରୁ ସୁସ୍ଥ ହୋଇଥିବା ଓ ପ୍ରଥମ ଡୋଜ୍ ଭ୍ୟାକ୍ସିନ ନେଇସାରିଥିବା ଲୋକଙ୍କୁ ନେଇ ହେବ ସର୍ଭେ

ଭୁବନେଶ୍ୱର: କୋଭିଡ୍‌ ସଂକ୍ରମଣ ନେଇ ଆର୍‌ଏମ୍‌ଆର୍‌ସି କରିବ ରାଣ୍ଡମ୍ ସାମ୍ପଲ ସର୍ଭେ । ପୂର୍ବରୁ ଆର୍‌ଏମ୍‌ଆର୍‌ସି ପକ୍ଷରୁ ସେରୋ ସର୍ଭେ କାରଯାଇଥିଲା । ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଙ୍ଘମିତ୍ରା ପତି ଏହି ସୂଚନା ଦେଇଛନ୍ତି । ଗତ ସଂକ୍ରମଣରେ ଯେଉଁମାନେ ପଜିଟିଭ ହୋଇ ସୁସ୍ଥ ହୋଇଛନ୍ତି ଏବଂ ଏବେ ପ୍ରଥମ ଡୋଜ୍ ଭ୍ୟାକ୍ସିନ ନେଇସାରିଥିବା ଲୋକଙ୍କୁ ନେଇ ଏହି ସର୍ଭେ କରାଯିବ ।

ପ୍ରଥମ ସଂକ୍ରମଣରୁ ସୁସ୍ଥ ହେବା ପରେ ଲୋକଙ୍କ ଦେହରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି, ତାହା ଆକଳନ କରାଯିବ । ସେହିଭଳି ପ୍ରଥମ ଡୋଜ୍ ଭ୍ୟାକ୍ସିନେସନ ପରେ ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତିମାତ୍ରାକୁ ମଧ୍ୟ ଆକଳନ କରାଯିବ । ଆମେରିକାର ଏକ ସଂସ୍ଥା ଏହିଭଳି ଏକ ସର୍ଭେ କରିଥିଲା ।

ଏହି ସଂସ୍ଥାର ରିପୋର୍ଟ ଅନୁଯାୟୀ, କରୋନା ପଜିଟିଭରୁ ନେଗେଟିଭ ହୋଇଥିବା ବ୍ୟକ୍ତି ଓ ପ୍ରଥମ ଡୋଜ୍ ଭ୍ୟାକ୍ସିନ ନେବା ପରେ ଲୋକଙ୍କଠାରେ ଟି-ସେଲ୍ ଓ ବି-ସେଲ୍‌ରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିବା ଜଣାପଡ଼ିଛି । ୭୦ଜଣଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଙ୍ଘମିତ୍ରା ପତି ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.