ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନାର ଡେଲ୍ଟା ଭାରିଆଣ୍ଟଠୁ ଅଧିକ ବିପଜ୍ଜନକ ହେଉଛି ‘ମୁ’ ଭାରିଆଣ୍ଟ

ଜିନେଭା: ଦିନକୁ ଦିନ ନିଜର ରୂପ ବଦଳାଉଛି ମହାମାରୀ କରୋନା ଭୁତାଣୁ । କରୋନା ଆତଙ୍କ ଭିତରେ ବିଶ୍ୱବ୍ୟାପୀ ଟିକାକରଣ ଜୋରଦାର ଭାବେ ଜାରି ରହିଛି । ତଥାପି ଭୂତାଣୁର ଅଲଗା ଅଲଗା ଭାରିଆଣ୍ଟ ଆସୁଛି । କରୋନାର ବିଭିନ୍ନ ଭାରିଆଣ୍ଟ ଆସିବା ପରେ ଏବେ ଆସିଛି ନୂଆ ଭାରିଆଣ୍ଟ ‘ମୁ’ । ଏହି ନୂଆ ଭୁତାଣୁର ବୈଜ୍ଞାନିକ ନାମ ଦିଆଯାଇଛି B.1.621 ଭାରିଆଣ୍ଟ । ଜାନୁୟାରୀ ମାସରେ ପ୍ରଥମେ ଏହି ଭାରିଆଣ୍ଟ କଲୋମ୍ବିଆରେ ଚିହ୍ନଟ କରାଯାଇଥିଲା ଓ ଅଗଷ୍ଟ ମାସରେ ଭାଇରସ ଅଫ ଇଂଟରେଷ୍ଟ ଶ୍ରେଣୀରେ ରଖିଛି ଡବ୍ଲୁଏଚଓ ।ଏହି ଭାରିଆଣ୍ଟ ଟିକାର ସୁରକ୍ଷା ବଳୟକୁ ଭେଦ କରି ସଂକ୍ରମଣ କରିବାକୁ ସକ୍ଷମ । କରୋନାର ‘ମୁ’ ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତାବ୍ୟକ୍ତ କରିଛି । ତେବେ ଏନେଇ ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

୨୦୨୧ ଜାନୁଆରୀରେ କଲମ୍ବିଆରେ କରୋନାର ‘ମୁ’ ଭାରିଆଣ୍ଟ ମାମଲା ପ୍ରଥମେ ସାମ୍ନାକୁ ଆସିଥିଲା । ବର୍ତ୍ତମାନ ସୁଦ୍ଧା କଲମ୍ବିଆରେ ୩୯ ପ୍ରତିଶତ ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ପରେ ପରେ ଏହି ଭାରିଆଣ୍ଟ ଦକ୍ଷିଣ ଆମେରିକା, ୟୁରୋପ ସହ ଅନ୍ୟ ଦେଶକୁ ବ୍ୟାପିଛି । ବୈଶ୍ୱିକ ସ୍ତରରେ ଏହି ଭାରିଆଣ୍ଟ ସଂକ୍ରମଣ ୦.୧ ପ୍ରତିଶତରୁ କମ୍ ରହିଛି ।

Leave A Reply

Your email address will not be published.