ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଡରାଇଲାଣି କରୋନା: ରାଜ୍ଯରେ ଫେରିପାରେ ମାସ୍କ ନିୟମ

ଭୁବନେଶ୍ବର: ବିଶ୍ବର ବିଭିନ୍ନ ଦେଶରେ କରୋନା ବିସ୍ପୋରଣ ଦେଖିବାକୁ ମିଳିଛି। କରୋନା ପୁଣି ଥରେ ଡରାଇବା ଆରମ୍ଭ କରିଛି। କରୋନାର ସଫଳ ମୁକାବିଲା ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। କୋଭିଡକୁ ନେଇ ଟିକେ ବି ଅବହେଳା ହେବନାହିଁ। ସେମିତି କିଛି ଜଟିଳ ପରିସ୍ଥିତି ହେବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିବାକୁ ଯାଉଛି।  ବାହାର ରାଜ୍ୟରେ ମାସ୍କ ବାଧ୍ୟତାମୂଳକ ପରେ ରାଜ୍ୟରେ ମଧ୍ଯରେ ଆସିପାରେ ମାକ୍ସ ପାଇଁ ନିୟମ। ଏନେଇ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ବର୍ତ୍ତମାନର କୋଭିଡ ସ୍ଥିତି ଓ ଡାକ୍ତର ଖାନାର ପ୍ରସ୍ତୁତି ନେଇ ସମୀକ୍ଷା ହେବ। ଏହା ସହ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକ ନିଜର ତଥ୍ୟ ପ୍ରଦାନ କରିବେ। କୋଭିଡ ରୋଗୀଙ୍କ ପାଇଁ କେତେ ବେଡ୍ ରହିଛି, ଆଇସୋଲେଶନ ରୁମ, ଆଇ.ସି.ୟୁ, ଅକ୍ସିଯେନ୍, ଟେଷ୍ଟିଙ୍ଗ୍ କିଟ୍, ଔଷଧ କେତେ ମହଜୁଦ ରହିଛି ଓ ମ୍ୟାନ ପାୱାର କଣ ରହିଛି ତାର ତଥ୍ୟ ସମସ୍ତେ ପ୍ରଦାନ କରିବେ। ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ତଥ୍ୟ ପ୍ରଦାନ କରିବ। ବର୍ତ୍ତମାନ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଟିପିଆର ରେଟ୍ ଦେଖି କଟକଣା କରାଯିବ। ଆଗକୁ ନୂଆବର୍ଷ ଥିବାରୁ ସମସ୍ତେ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମାହପାତ୍ର।

Leave A Reply

Your email address will not be published.