ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ କେତେ ସୁରକ୍ଷିତ କୋଭାକ୍ସିନ ଟିକା, ଆସିଲା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ

ନୂଆଦିଲ୍ଲୀ : ମହାମାରୀ ସଙ୍କଟ ମଧ୍ୟରେ ସାରା ଦେଶରେ ଚାଲିଛି ଟୀକାକରଣ । ଏହାରି ମଧ୍ୟରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟୀକାକରଣ ଟ୍ରାଏଲର ଡାଟା ଜାରି କରିଛି ଭାରତ ବାୟୋଟେକ । ଏଥିରେ ଦାବି କରାଯାଇଛି ଯେ କୋଭାକ୍ସିନ ଭ୍ୟାକ୍ସିନ ୮୧ ପ୍ରତିଶତ ପ୍ରଭାବଶାଳୀ । ଆଇସିଏମଆରର ସହଯୋଗରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୨୫,୮୦୦ ବିଷୟକୁ ସାମିଲ କରାଯାଇଥିବା ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି ।


କୋଭାକ୍ସିନ ସମ୍ପୂର୍ଣ୍ଣ ସ୍ବଦେଶୀ ଟିକା । ଏହି ସମୟରେ କମ୍ପାନୀର ଭ୍ୟାକ୍ସିନ ଜନସାଧାରଣଙ୍କ ପାଇଁ ଉପଲବ୍ଧ ରହିଛି । ଏଥିରେ ଭାରତ ବାୟୋଟେକର ଭ୍ୟାକ୍ସିନ ଓ ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକାର କୋଭିସିଲ୍ଡ ସାମିଲ ରହିଛି । କୋଭାକ୍ସିନର ଉତ୍ପାଦନ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକରେ ହେଉଛି । ଯେତେବେଳେ ପ୍ରଥମେ ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନ ଟିକାକୁ ଅନୁମତି ମିଳିଥିଲା, ସେତେବେଳେ ଟ୍ରାଏଲରେ ଥିବା ଟିକାର ବ୍ୟବହାର ପାଇଁ ସରକାର କିପରି ଅନୁମତି ଦେଲେ ବୋଲି ବିରୋଧୀଦଳମାନେ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଏବେ ଏହା ୮୧ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି।

ଜାନୁଆରି ମାସରେ କୋଭାକ୍ସିନ ଟିକାକୁ ନେଇ ଆଉ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ସେଥିରେ କୁହାଯାଇଥିଲା କି, କୋଭାକ୍ସିନ ଟିକା ଇଂଲଣ୍ଡରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ ଉପରେ ବି ବେଶ୍ ପ୍ରଭାବଶାଳୀ । ସେହିପରି କୋଭାକ୍ସିନ୍ ଟିକା ପରୀକ୍ଷଣରେ ଭାଗ ନେଇଥିବା ୨୬ ଜଣ ଲୋକଙ୍କଠାରୁ ସଂଗୃହୀତ ରକ୍ତ ଉପରେ ରିଡକ୍ସନ ନ୍ୟୁଟ୍ରିଲାଇଜେସନ ଟେଷ୍ଟ କରାଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା କି ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନକୁ ବି ଏହି ଟିକା ହରାଇପାରିବ ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯାଇଛି କୋଭାକ୍ସିନ ଟିକାର ଡୋଜ । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ ଜାରି ରହିଛି । ସେପଟେ ଟିକା ନେବାର ସମୟସୀମାକୁ ବନ୍ଦ କରିଦେଇଛନ୍ତି ସରକାର । ଏବେଠୁ ୨୪ ଘଣ୍ଟିଆ ଟୀକାକରଣ ଜାରି ରହିବ ।

 

 

Leave A Reply

Your email address will not be published.