ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ବାରିପଦା : ଗଛରୁ ଜଣେ ଯୁବକ ଏବଂ ଯୁବତୀଙ୍କ ମୃତ ଦେହ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ସାରମୂଳା ପଞ୍ଚାୟତର ଧାନଶୋଳ ଗାଁ ମୁଣ୍ଡରେ ଥିବା ଏକ ଗଛ ରେ ଝୁଲୁ ଥିବା ଅବସ୍ଥାରେ ଜଣେ ଯୁବକ ଏବଂ ଯୁବତୀଙ୍କ ମୃତ ଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଛନ୍ତି । ଉଭୟ ଯୁବକ ଏବଂ ଯୁବତୀ ଜଣକ ପାଖ ଗାଁ ଦରକୋଳି କଣ୍ଟାବଣି ଅଞ୍ଚଳର । ସେମାନେ କେଉଁ ପରିସ୍ଥିତିରେ ଏଠାରେ ପହଞ୍ଚିଲେ ଏବଂ କିଭଳି ଗଛ ଡାଳରେ ଝୁଲି ଗଲେ ତାହା ଅସ୍ପଷ୍ଟ ରହିଛି । ଉଭୟ ପ୍ରେମିଯୁଗଳ ହୋଇପାରନ୍ତି ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଥିବା ବେଳେ ଯୁବକ ଜଣକ ଗାମୁଛାରେ ଏବଂ ଯୁବତୀ ଜଣକ ଓଢ଼ଣୀ ରେ ଝୁଳୁଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ମୃତକ ମାନଙ୍କ ନାମ ଜଣା ପଡ଼ିନାହିଁ ।

Leave A Reply

Your email address will not be published.