ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୁଡ଼ିଆରେ ଶୋଇଥିବା ବେଳେ ଚାଷୀ ଦମ୍ପତିଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ

ବଲାଙ୍ଗିର: କପା ଜଗିଥିବା ବେଳେ କିରୋସିନି ଢାଳି ନିଆଁ ଲଗାଇଲେ ଦୃର୍ବୃତ୍ତ। ଚାଷୀ ଦମ୍ପତି ଆହତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ଗ୍ରାମରେ।  ଗୁରୁତର ଆହତ ହୋଇଥିବା ଦମ୍ପତ୍ତି ହେଲେ ଭରତ ଭୂଇଁସାଲ (୩୭) ଓ କଳ୍ପନା ଭୂଇଁସାଲ (୩୨) ।

ସୂଚନା ଅନୁଯାୟୀ, ଭରତ ତାଙ୍କ ଚାଷ ଜମିରେ କପା ଚାଷ କରିଛନ୍ତି। ବର୍ତ୍ତମାନ କପା ତୋଳା ଚାଲିଥିବା ବେଳେ ସେମାନେ ଚାଷ ଜମିରେ କୁଡିଆ କରି କପା ଜଗୁଛନ୍ତି। ଗତକାଲି ସେଠାରେ ଉଭୟେ ସୋଇଥିବା ବେଳେ ରାତି ପ୍ରାୟ ୧୧.୩୦ ସମୟରେ କେହି ଜଣେ ଦୃର୍ବୃତ୍ତ ତାଙ୍କ କୁଡିଆରେ କିରୋସିନି ଢାଳି ନିଆଁ ଲଗାଇଥିଲା। ସେମାନେ କିଛି ଭାବିବା ପୂର୍ବରୁ କୁଡିଆ ଘର ହୁତୁହୁତୁ ହୋଇ ଜଳିବାରେ ଲାଗିଥିଲା। ଏଥିରେ କଳ୍ପନାଙ୍କର ଶରୀରର ଅଧାଭାଗ ପୋଡ଼ି ଯାଇଥିବା ବେଳେ ଭରତଙ୍କ ଗୋଡ ପୋଡି ଯାଇଛି। ଏପରିକି ଚାଷ ଜମିରେ ଥିବା କପା ମଧ୍ୟ ପୋଡ଼ି ନଷ୍ଟ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଭରତ ଓ କଳ୍ପନାଙ୍କୁ ଉଦ୍ଧାର କରି ସ୍ଥାନୀୟଲୋକେ ପ୍ରଥେମ ବେଲପଡା ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ । ସେଠାରୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ କାହା ସହିତ କୌଣସି ଶତ୍ରୁତା କିମ୍ବା କଳି ଝଗଡ଼ା ନଥିବା ବେଳେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଲା ତାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.