ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରେମ ସମ୍ପର୍କକୁ ନେଇ ଭୁବନେଶ୍ୱର ଏୟାରପୋର୍ଟରେ ହାଇଡ୍ରାମା; ବେଙ୍ଗାଳୁରୁରୁ ଫେରିବାବେଳେ ଜଗି ରହିଥିଲେ ପରିବାର, ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର: ପ୍ରେମ ସମ୍ପର୍କକୁ ନେଇ ଭୁବନେଶ୍ୱର ଏୟାରପୋର୍ଟରେ ହାଇଡ୍ରାମା । ଏୟାରପୋର୍ଟରୁ ଉଦ୍ଧାର ହେଲେ ପ୍ରେମୀଯୁଗଳ । ସହାୟତା ପାଇଁ ନିବେଦନ ପରେ ଉଭୟଙ୍କୁ ଉଦ୍ଧାର କରିଛି ପୋଲିସ। ଉଭୟ ପରସ୍ପରକୁ ପ୍ରେମ କରୁଥିବାବେଳେ ଝିଅଘର ଲୋକ ପ୍ରେମ ସମ୍ପର୍କକୁ ବିରୋଧ କରୁଛନ୍ତି। ପ୍ରେମୀଯୁଗଳ ଏକାଠି ବେଙ୍ଗାଲୁରୁରୁ ଭୁବନେଶ୍ୱର ପଂହଚିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏୟାରପୋର୍ଟରେ ପଂହଚିବା ପରେ ଉଭୟଙ୍କ ପରିବାର ଅପେକ୍ଷା କରି ରହିଥିଲେ । ଆଉ ଭୁବନେଶ୍ୱର ଏୟାରପୋର୍ଟରେ ପଂହଚିବା ପରେ ଉଭୟଙ୍କୁ ଥାନାକୁ ନେଇଛି ପୁଲିସ ।

ବାଙ୍ଗାଲୋରରୁ ପ୍ରେମୀଯୁଗଳ ଏକାଠି ଫେରୁଥିବାବେଳେ ସୁରକ୍ଷା ପାଇଁ ପୋଲିସ ସହାୟତା ଲୋଡ଼ିଥିଲେ । ଏୟାରପୋର୍ଟରେ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଥାନାକୁ ନେଇଛି। ପ୍ରେମିକ ଜଣକ ଜଣେ ଡାକ୍ତର ହୋଇଥିବା ସୂଚନା ମିଳିଛି। ସେ ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି ।

Leave A Reply

Your email address will not be published.