ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୀବନ ବଞ୍ଚିଯିବା ଆଶାରେ ମୃତ ପୁଅର ଶବକୁ ଧରି ମନ୍ଦିର ବାହାରେ ଅଧିଆ ପଡିଲେ ବାପା-ମାଆ

ଝାରସୁଗୁଡା: ୧୯ ବର୍ଷର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁକୁ ବିଶ୍ୱାସ କରିପାରନୁହାଁନ୍ତି ବାପା, ମାଆ । ପୁଅକୁ ପୁନର୍ବାର ଜୀବୀତ କରିବା ପାଇଁ ଠାକୁରଙ୍କ ନିକଟରେ ଅଧିଆ ପଡିଛନ୍ତି । ଏପରି ଏକ ଦୁଖଃଦ ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଠେବରା ଗାଁରେ । ଯେଉଁ ମହାଦେବଙ୍କ ନିଟକରେ ପୂଜା କରି ପୁଅଟେ ପାଇଥିଲେ ସେହି ମହାଦେବଙ୍କ ମନ୍ଦିରରେ ପୁଅର ମୃତ ଶରୀର ରଖି ବସିଛନ୍ତି ବାପା, ମାଆ । ସେମାନେ ଏବେବି ତାଙ୍କ ପୁଅ ମରିଯାଇଛି, ସେ ଆଉ ଫେରିବନି ବୋଲି ବୁଝିପାରୁନାହାଁନ୍ତି ।

ସୂଚନା ଅନୁସାରେ, ଅର୍ଜ୍ଜୁନ ଦୁଆନ ଓ ସନ୍ତୁରାଙ୍କ ପୁଅ ରମାକାନ୍ତଙ୍କ ଅସୁସ୍ଥତା କାରଣରୁ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏକମାତ୍ର ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ଅର୍ଜ୍ଜୁନ ଓ ସନ୍ତୁରା। ପୁଅର ମୃତଦେହକୁ ଧରି ଉଭୟେ ଶିବ ମନ୍ଦିର ଆଗରେ ଅଧିଆ ପଡିଥିଲେ। ଦୀର୍ଘ ୧୭ ଘଣ୍ଟା ପରେ ମନ୍ଦିର କମିଟି ଓ ପୋଲିସ ପ୍ରଶାସନର ବୁଝାସୁଝା ପରେ ଶବସତ୍କାର କରିଛନ୍ତି ଦମ୍ପତ୍ତି।

Leave A Reply

Your email address will not be published.