ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ୍ଦ କୋଠରୀରୁ ଦମ୍ପତିଙ୍କ ମୃତଦେହ ଜବତ: ସ୍ୱୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା ସନ୍ଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଷୋଡକ ଗ୍ରାମ ପଞ୍ଚାୟତ ସାହିରେ ଶନିବାର ବିଳମ୍ବିତ ରାତିରେ ଅଘଟଣ ଘଟିଯାଇଛି । ଗୋଟିଏ କୋଠରୀରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମୃତଦେହ ଜବତ କରିଛି ପୁଲିସ। ସ୍ୱୀକୁ ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ହେଉଛନ୍ତି ପାଣ ଗୌଡ଼ଙ୍କ ତୃତୀୟ ପୁଅ ବିପିନ ଗୌଡ଼ ଓ ବୋହୂ ଲିଲି ଗୌଡ଼ ।

ସୂଚାନା ଅନୁଯାୟୀ, ବିପିନ ଓ ଲିଲି ମାତ୍ର ୪ ମାସ ତଳେ ବିବାହ କରିଥିଲେ ।  ଶନିବାର ରାତିରେ ସ୍ୱାମୀ ସ୍ତ୍ରୀ ବାପା ମାଆଙ୍କ ସହିତ ମିଶି ଖାଇବା ପରେ ନିଜ କୋଠରୀରେ ଶୋଇଥିଲେ। ସକାଳୁ ପୁଅ ବୋହୂ ବାହାରକୁ ନ ଆସିବାରୁ ବାପା ସେମାନଙ୍କୁ ଡାକିବାକୁ ଯାଇଥିଲେ। ଝରକା ବାଟେ ଦେଖିବାକୁ ପାଇଥିଲେ ଯେ ରକ୍ତରଞ୍ଜିତ ବୋହୂର ଶରୀର ଖଟ ଉପରେ ପଡିଛି ଓ ପୁଅ କୋଠରୀ ଦୁଲାରେ ଝୁଲୁଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚିଛନ୍ତି । କୋଠରୀ ଭିତରେ ହିଁ ଉଭୟେ ମୃତ୍ୟୁବରଣ କରିଥିବା ଜଣାପଡିଥିବା ବେଳେ ରକ୍ତଲଗା କଟୁରିକୁ ଜବତ କରିଛି ପୋଲିସ ।

Leave A Reply

Your email address will not be published.