ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ଗ୍ରାମବାସୀଙ୍କ ସଙ୍ଘବଦ୍ଧ ଆକ୍ରମଣ, ୨ ମୁଖ୍ୟ ଅଭିଯୁକ୍ତ ଗିରଫ

ଦେବଗଡ଼ : ବାରକୋଟ ଥାନା ଅନ୍ତର୍ଗତ ଦେପତଲା ଗ୍ରାମରେ ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ଗ୍ରାମବାସୀଙ୍କ ସଙ୍ଘବଦ୍ଧ ମରଣାନ୍ତକ ଆକ୍ରମଣ ଘଟଣା ଗିରଫ ହେଲେ ୨ ମୁଖ୍ୟ ଅଭିଯୁକ୍ତ ଗଣ୍ଡ ପ୍ରଧାନ ଓ ବୈଷ୍ଣବ ପ୍ରଧାନ । ଗତ ଶନିବାର ଦିନ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଭୂୟାଁଣୀ ମହାକୁଳ ଓ ତାଙ୍କ ସ୍ୱାମୀ ଦେବାନନ୍ଦ ମହାକୁକଙ୍କୁ ଡାହାଣୀ ସନ୍ଦେହରେ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ଼ ମାରିଥିବା ନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡିତ ଦମ୍ପତି । ଗ୍ରାମବାସୀଙ୍କ ଆକ୍ରମଣରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ପରେ ଥାନାରେ କରିଥିଲେ ଅଭିଯୋଗ । ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ଦଫା ୩୪୧,୨୯୪,୩୨୩,୩୨୫,୩୫୪,୩୫୪ ବି,୫୦୬,୩୪ ଆଇପିସି / ୪ ଓଡିଶା ପ୍ରିଭେନଶନ ଅଫ ଓ୍ଵିଚ ହଁଟିଙ୍ଗ ଆକ୍ଟ ୨୦୧୩ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ବାରକୋଟ ଥାନା ପୁଲିସ । ଅନ୍ୟ ସହଯୋଗୀ ଫେରାର।

Leave A Reply

Your email address will not be published.