ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନକଲି ଔଷଧ ମାମଲା: ମୁଖ୍ୟ ଅଭିଯୁକ୍ତ ଶିବ ଜେନା ଗିରଫ

କଟକ: ନକଲି ମେଡିସିନ୍ କାରବାର ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ଜେନାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏଶଟିଏଫ୍ । ମେଡିଲଏଡ ମେଡିକାମେଣ୍ଟ ସଂସ୍ଥାର ଏମଡି ଶିବ ଜେନା । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ଶିବଙ୍କ ପତ୍ନୀ ସମେତ ୩ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ୍ ।

କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୦ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ନକଲି ଔଷଧ କାରବାର ମାମଲା ଜଣା ପଡ଼ିବା ପରଠୁ ଫେରାର୍ ଥିଲେ ଶିବ ଜେନା । ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ ବି କରିଥିଲେ । ତାଙ୍କୁ ଧରିବା ପାଇଁ ଖୋଳତାଡ ଚଳାଇଥିଲା ଏସଟିଏଫ୍ । ଫାଭିପିରାଭିର ଷ୍ଟ୍ରିକୁ ୬୫ ଟଙ୍କାରେ କିଣି ୧୨ଶହ ୯୦ ଟଙ୍କାରେ ବିକ୍ରି କରିବାକୁ ସେମାନେ ଯୋଜନା କରିଥିଲେ । ଏହି ମାମଲାରେ ଏସଟିଏଫ୍ ରାଜ୍ୟ ଓ ବାହାରେ ବି ତଦନ୍ତ ଚଳାଇଛି ।

Leave A Reply

Your email address will not be published.