ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲାଞ୍ଚୁଆ ପୁଲିସ କର୍ମଚାରୀକୁ ୫ବର୍ଷର କାରାଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା

ବାରିପଦା: ସତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ ପାଇଛି। ସତନ୍ତ୍ର ବିଚାରପତି ଡ଼ଃ ପ୍ରସନ୍ନ କୁମାର ପଣ୍ଡା ଏହାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷର କାରାଦଣ୍ଡର ଆଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୧୫ହଜାର ଟଙ୍କା ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ଅଧିକ ୬ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି। ଅଭିଯୁକ୍ତ ଜଣଙ୍କ ହେଲେ ବାରିପଦା ଟାଉନ ଥାନାର ତତ୍କାଳୀନ ସବ ଇନିସ୍ପେକ୍ଟର ସଚ୍ଚିଦାନନ୍ଦ କିଷାନ।

ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କଳାବାଡ଼ିଆ ଗ୍ରାମର ବିଶ୍ଵଜିତ ଶିଖରଙ୍କ ଏକ ପାରିବାରିକ କଳହ ମାମଲା ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଉକ୍ତ ମାମଲାକୁ ରଫାଦଫା କରିବା ପାଇଁ ସଚ୍ଚିଦାନନ୍ଦ ସେତେବେଳେ ୧୫ହଜାର ଟଙ୍କାର ଲାଞ୍ଚ ବିଶ୍ଵଜିତଙ୍କୁ ମାଗିଥିଲେ। ବିଶ୍ଵଜିତ ୧୫ହଜାର ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ୫ହଜାର ଟଙ୍କାରେ କଥା ଛିଣ୍ଡି ଥିଲା। ତେବେ ଏନେଇ ବିଶ୍ଵଜିତ କଟକ ସ୍ଥିତ ଦୁର୍ନୀତି ନିବାରଣ ସେଲର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ମୁତାବକ କଟକ ଭିଜିଲାନ୍ସ ସେଲରେ ୨୭/୨/୨୦୧୮ରେ ଏକ ମାମଲା ରୁଜୁ ହୋଇଥିଲା। ପୂର୍ବ ଯୋଜନା ମୁତାବକ ୨୮ତାରିଖରେ ବିଶ୍ଵଜିତଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସବ ଇନ୍ସପେକ୍ଟର ସଚ୍ଚିଦାନନ୍ଦ ଭିଜିଲାନ୍ସ ପଞ୍ଚାରେ ପଡିଥିଲେ। ତାଙ୍କ ଠାରୁ ରାସାୟନିକ ବୋଳା ୫ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ।

ଏହାକୁ ନେଇ ୩/୧୮ରେ ଏକ ମାମଲା ରୁଜୁ ହେବା ସହ କୋର୍ଟ ଚାଲାଣ ହୋଇଥିଲେ। ସାକ୍ଷୀ, ବୟାନ ଓ ପ୍ରମାଣ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣି କରିଛନ୍ତି। ତେବେ ସଚ୍ଚିଦାନନ୍ଦ କିଷାନ ବର୍ତ୍ତମାନ ସମୟରେ ବାରିପଦା ସ୍ଥିତ ରିଜର୍ଭ ପୁଲିସରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ରହିଛନ୍ତି। ରାୟ ପ୍ରକାଶ ପରେ ସଚ୍ଚିଦାନନ୍ଦଙ୍କୁ ଗିରଫ କରାଯାଇ ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ଉକ୍ତ ମାମଲାକୁ ସତନ୍ତ୍ର ଭିଜିଲାନ୍ସ କୋର୍ଟର ସରକାରୀ ଆଇନଜୀବୀ ଶାନ୍ତନୁ ଦାସ ପରିଚାଳନା କରୁଥିଲେ।

Leave A Reply

Your email address will not be published.