ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଡ଼ିରେ ଫଳିଛି କରୋନା ଭାଇରସ୍ ଆକୃତିର କାକୁଡି

ନବରଙ୍ଗପୁର: ବାଡିରେ ଫଳିଛି ସାରା ବିଶ୍ବରେ ଆତଙ୍କ ରଚିଥିବା କରୋନା ଭାଇରସ୍ ଆକୃତିର କାକୁଡି । ଏହି ଭାଇରସର  ଆକୃତିର କକୁଡି ଦେଖିବାକୁ ମିଳିଛି  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ସରାଗୁଡା ଗାଁରେ।  ବ୍ୟକ୍ତିଗତ କାମରେ ସରାଗୁଡା ଯାଇଥିବା ରବି ନାଗ ନାମକ ବ୍ୟକ୍ତିଙ୍କୁ ସେହି ଗ୍ରାମର ଜଣେ ବ୍ୟକ୍ତି କାକୁଡିଟି ଗଛରୁ ତୋଳି ଆଣି ଦେଇଥିଲେ । କାକୁଡିଟିକୁ ଦେଖି ରବି ମଧ୍ୟ ଆଶ୍ଚର୍ଯ୍ଯ ହୋଇଯାଇଥିଲେ । ଏହି କାକୁଡି ଦେହ ସାରା ଲମ୍ବା ଲମ୍ବା କଣ୍ଟା ଭଳି ବାହାରିଛି । କାକୁଡିଟି ଠିକ୍ କରୋନା ଭାଇରସ୍ ଆକୃତି ଭଳି ଦେଖାଯାଉଛୁ। ରବି ଏହି କାକୁଡିର ଫଟୋକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବା ପରେ ଏହା  ଭାଇରାଲ ହୋଇଥିଲା । ଏହି କରୋନା ପ୍ରତିକୃତିର କାକୁଡି ଦେଖିବାକୁ ଲୋକଙ୍କ ଗହଳି ଜମିଛି ।

Leave A Reply

Your email address will not be published.