ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ବରେ ବଢୁଛି କରୋନା ସଂକ୍ରମଣ : ରାଜ୍ୟମାନଙ୍କୁ ସତର୍କ କଲା କେନ୍ଦ୍ର, ‘ଜିନମ୍‌ ସିକ୍ବେନ୍‌ସିଙ୍ଗ୍‌’ ଓ ‘ସର୍ଭିଲେନ୍‌ସ୍‌’ ଜାରି ରଖିବା ପାଇଁ ପରାମର୍ଶ

ଜେନେରା: କିଛି ଦିନର ବ୍ୟବଧାନ ପରେ ପୁଣିଥରେ କରୋନା ମହାମାରୀ ବିଶ୍ଵ ସମାଜ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ବଢାଇଛି। କିଛି ଦିନ ତଳେ ବିଶ୍ବର ବିଭିନ୍ନ ଭାଗରେ କରୋନା ସଂକ୍ରମଣ ହ୍ରାସ ପାଇବା ସହିତ ସ୍ଥିତି ସ୍ବାଭାବିକ ହେବାରେ ଲାଗିଥିବା ବେଳେ ଏବେ କେତେକ ରାଷ୍ଟ୍ରରେ ସଂକ୍ରମଣର ଦ୍ରୁତ ଗତି ଚିନ୍ତାର କାରଣ ହୋଇଛି। ଏହାକୁ କୁହ ଦୃଷ୍ଟିରେ ରଖି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ହୁ) ଅ ପକ୍ଷରୁ ସତର୍କତା ଜାରି କରାଯାଇଛି। ‘ହୁ’ ପକ୍ଷରୁ ପ୍ରକାଶ କରାଯାଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ବିଶ୍ବ ସ୍ତରରେ କରୋନା ସଂକ୍ରମଣ ହାର ୮ ପ୍ରତିଶତ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ପ୍ରାୟ ୧୧ ନିୟୁତ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚଳିତ ମାସ ୭ ରୁ ୧୩ ମଧ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୩ ହଜାର ରହିଥିବା କୁହାଯାଇଛି।

ଏହି ଧାରା ଜାରି ରହିଲେ ଆଗକୁ ପୁଣି ବିପଜ୍ଜନକ ସ୍ଥିତି ଉପୁଜିପାରେ ବୋଲି ‘ହୁ’ କହିଛି। ପୂର୍ବରୁ ସଂକ୍ରମଣ ବଢୁଥିବା ବେଳେ ଅନେକ ଦେଶ କରୋନା କଟକଣା ଲାଗୁ କରିଥିଲେ। କିନ୍ତୁ ପରବର୍ତୀ ସମୟରେ ସ୍ଥିତିରେ ପରିବର୍ତ୍ତନ ଘଟିବା ପରେ କଟକଣା ହଟାଯିବା ସହିତ ଟେଷ୍ଟ ସଂଖ୍ୟା ହ୍ରାସ କରିଥିଲେ। କିନ୍ତୁ ବର୍ତ୍ତମାନ ସଂକ୍ରମଣ ବଢୁଥିବାରୁ କଟକଣା ଜାରି କରିବା ସହିତ ପରୀକ୍ଷଣ ସଂଖ୍ୟା ବଢାଇବାର ଆବଶ୍ୟକତା ବଢିଛି। ପ୍ରାୟ ଦେଢ଼ ମାସ ପରେ ଗତ ସପ୍ତାହରୁ ବିଶ୍ବର ବିଭିନ୍ନ ପ୍ରାନ୍ତରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆରମ୍ଭ ହୋଇଛି। ବିଶେଷକରି ଚୀନ ଏବଂ ଦକ୍ଷିଣ କୋରିଆରେ ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ସଂକ୍ରମଣ ବୃଦ୍ଧି ପାଇଁ ଏକାଧିକ କାରଣ ରହିଛି ବୋଲି ‘ହୁ’ ମୁଖ୍ୟ ଟେଡ୍ରେସ ଘେବ୍ରିୟସ କହିଛନ୍ତି।

ଓମିକ୍ରନ ଓ ଏହାର ଉପ ଭାରିଏଣ୍ଟ ବିଏ ୨ ଏବେ ବିଭିନ୍ନ ଦେଶରେ କାୟା ବିସ୍ତାର କରିଥିବା ବେଳେ ବିଭିନ୍ନ ରାଷ୍ଟ୍ରରେ କରୋନା କଟକଣା ହଟାଇ ଦିଆଯାଇଥିବାରୁ ସଂକ୍ରମଣ ପାଇବାର ଅନ୍ୟ କାରଣ ପାଲଟିଛି ସେ କହିଛନ୍ତି। ଏହାବ୍ୟତୀତ ଅନେ ରାଷ୍ଟ୍ରରେ ଟିକାକରଣ ହାର ଯଥେଷ୍ଟ କ ରହିଥିବାରୁ ଏହା ମଧ୍ୟ ସଂକ୍ରମଣ ବଢ଼ିବା ଅନ୍ୟତମ କାରଣ ବୋଲି ଘେବ୍ରିୟସ କହିଛନ୍ତି।କିନ୍ତୁ ଆମକୁ ଏଥ୍ୟପ୍ରତି ସତର୍କ ରହିବ ପଡ଼ିବ ବୋଲି ସେ ପରାମର୍ଶ ଦେଇଛନ୍ତି।

ସତର୍କତା ପାଇଁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପରାମର୍ଶ

ଦକ୍ଷିଣପୂର୍ବ ଏସିଆ ଏବଂ କେତେକ ୟୁରୋପୀୟ ଦେଶରେ ପୁନଶ୍ଚ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସବୁ ବ୍ୟାପକ ‘ଜିନମ୍‌ ସିକ୍ବେନ୍‌ସିଙ୍ଗ୍‌’, ‘ସର୍ଭିଲେନ୍ସ୍‌’ କରାଇବା ସହ ସାମଗ୍ରିକ ଭାବେ କୋଭିଡ୍‌-୧୯ ପରିସ୍ଥିତି ପ୍ରତି ଜାଗ୍ରତ ରହିବା ଉଚିତ ବୋଲି ଗୁରୁବାର ଦିନ କେନ୍ଦ୍ର ସରକାର କହିଛନ୍ତି।ଗୁରୁବାର ଦିନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅତିରିକ୍ତ ମୁଖ୍ୟ ସଚିବ/ପ୍ରମୁଖ ସଚିବ/ ସ୍ବାସ୍ଥ୍ୟ ସଚିବମାନଙ୍କୁ ଲେଖିଥିବା ପତ୍ରରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, କିଛି ଦିନ ଧରି ଓମିକ୍ରନ୍‌ ଭେରିଏଣ୍ଟ୍‌ ସଂକ୍ରମଣ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇ ସମ୍ପ୍ରତି ଉଲ୍ଲେଖନୀୟ ଭା‌ବେ ହ୍ରାସ ପାଇଥିବାରୁ ଅର୍ଥନୈତିକ ଓ ସାମାଜିକ କାର୍ୟ୍ୟକଳାପ ଚାଲୁ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।

Leave A Reply

Your email address will not be published.