ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଙ୍ଗଲୀ ଇଲାକାର ଦେବଦୂତ ସରୋଜିନୀ

ସୋନପୁର: ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜଉଁରାଭଉଁରା ପଞ୍ଚାୟତର ଏଏନଏମ୍ ଦିଦି ସରୋଜିନୀ କୁଅଁର। ଏ ପଞ୍ଚାୟତର ଅଧିକାଂଶ ଗାଁ ଜଙ୍ଗଲ ଅଞ୍ଚଳରେ। ଚାଲିଚାଲି ଯିବାକୁ ପଡ଼େ। ତଥାପି ସେ ଦିନେ ଥକିନାହାନ୍ତି। ଏମିତି ଦିନ ନାହିଁ ଯେଉଁଦିନ ସେ ଲୋଙ୍କ ସ୍ଵାସ୍ଥ୍ୟ କଥା ବୁଝିବାକୁ ସେ ଗାଁକୁ ଯାଇନାହାନ୍ତି। ଏବେ କରୋନା ସମୟରେ ତାଙ୍କର ଦାୟିତ୍ଵ ଆହୁରି ବଢ଼ିଯାଇଛି। ଏ ଅଞ୍ଚଳ ପାଇଁ ସରୋଜିନୀ ଦେବଦୂତ ସାଜିଛନ୍ତି। ସ୍ଥାନୀୟ ବାସିନ୍ଦା ବି ତାଙ୍କ ଉପରେ ବେଶ୍ ଖୁସି।

ପ୍ରତିଦିନ ସକାଳ ୭ ହେଲେ ସରୋଜିନୀ ବାହାରିଯାଆନ୍ତି। ସ୍ଥାନୀୟ ଅଙ୍ଗନବାଡି ଦିଦି ଓ ଆଶା ଦିଦିଙ୍କୁ ନେଇ ଗାଁ ବୁଲନ୍ତି । ଏବେ ତାଙ୍କ ଅଧୀନରେ ୧୦ଟି ଗାଁ ଥିବା ବେଳେ ୧୪ ଜଣ ଅଙ୍ଗନବାଡି ଦିଦି ଓ ୭ ଜଣ ଆଶା ଦିଦି ଅଛନ୍ତି। ସୋନପୁର ଜିଲ୍ଲା ମୁଖ୍ୟାଳୟଠାରୁ ୩୫ କିଲୋମିଟର ଦୂରରେ ଥିବା ଏହି ପଞ୍ଚାୟତର ଅଧିକାଂଶ ଗାଁ ବଣ ପାହାଡ ଘେରା | ଗୁଜା, ସାତମୁଣ୍ଡା, କୃଷ୍ଣପୁର, ଥେଲକୁ, ବେଜିଂ, ବୌଦ୍ଧଚୁଡ, ତିଲି ଜୁନେନ ଭଳି ଗାଁ ଗୁଡିକୁ ବର୍ଷା ଦିନେ ଯିବା ଆସିବାକୁ ରାସ୍ତା ନାହିଁ | ଏକମାତ୍ର ବିକଳ୍ପ ହେଉଛି ପାଦଚଲା ଯାତ୍ରା | ନିଜ ସାଥୀ ଅଙ୍ଗନବାଡି ଦିଦି ଓ ଆଶା ଦିଦିମାନଙ୍କୁ ମାନସିକ ଭାବେ ଦୃଢ଼କରି ଲୋକମାନଙ୍କ ପାଖରେ ପହଞ୍ଚିଯାଉଛନ୍ତି। କେତେବେଳେ ୨ କିଲୋମିଟର ତ ଆଉ କେତେବେଳେ ୫ କିଲୋମିଟର ଚାଲିଚାଲି ଯିବାକୁ ପଡୁଛି। ସାହି ମୁରବୀମାନଙ୍କ ଜରିଆରେ ଲୋକଙ୍କୁ ବୁଝାଇ ଘରକୁ ଘର ବୁଲି ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛନ୍ତି। ଥର୍ମାଲ ସ୍କ୍ରିନିଂ ଓ ଅକ୍ସିଜେନସ୍ତର ମାପୁଛନ୍ତି।
corona-warrior-sarojini

ଲୋକଙ୍କ ସହ ସ୍ଥାନୀୟ ଭାଷାରେ କଥାବାର୍ତ୍ତା କରି କରୋନା ସମ୍ପର୍କରେ ସଚେତନ ବି କରୁଛନ୍ତି ସରୋଜିନୀ। କାହାର କରୋନାର କିଛି ଲକ୍ଷଣ ଥିଲେ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରୁଛନ୍ତି। ମାସ୍କ ପରିଧାନ, ସାମାଜିକ ଦୂରତାକୁ ଛାଡି ସାମାନ୍ୟ ଥଣ୍ଡା କାଶ ହେଲେ କେଉଁସବୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ସେସବୁ ବି ବୁଝୁଛନ୍ତି । କରୋନା ଛଡ଼ା ଡାଇରିଆ, ମ୍ୟାଲେରିଆ, ଡେଙ୍ଗୁ, ଟିବି ଆଦି ବାବଦରେ ବି ଲୋକଙ୍କୁ ବୁଝାଉଛନ୍ତି। ସଙ୍ଗରୋଧରେ ରହି କିପରି ଘରୋଇ ଉପଚାରରେ ଶାରୀରିକ ଯତ୍ନ ନେଇ ହେବ ସେ ଶିକ୍ଷାଦେଉଛନ୍ତି। ସ୍ଥାନୀୟ ଅଙ୍ଗନବାଡି ଓ ଆଶା ଦିଦିମାନଙ୍କ ସହ ମିଶି ସାବୁନରେ ହାତ ଧୋଇବା ତଥା ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ସେ ବୁଝାଇବାରେ ସଫଳ ହୋଇଛନ୍ତି । ବିଶେଷକରି ଗର୍ଭବତୀ ମା ଓ ଶିଶୁଙ୍କ ସ୍ବାସ୍ଥ୍ୟ ଏବଂ ଟିକା ନେଇ ସେ ସର୍ବଦା ତତ୍ପର |

ଏ ବାବଦରେ ସରୋଜିନୀ କହନ୍ତି ଏ ଅଞ୍ଚଳର ଲୋକେ ଆଦିବାସୀ ହୋଇଥିବା ବେଳେ ସହର ସହ ଯୋଗାଯୋଗ କମ୍| ତେଣୁ କରୋନା ବାବଦରେ କିଛି ବୁଝନ୍ତି ନାହିଁ । ଟିକାକରଣ ପାଇଁ ଲୋକଙ୍କୁ ବୁଝାଇବା ସବୁଠାରୁ ବଡ଼ ସମସ୍ୟା ୧୦ଟି ଗାଁରେ ୧୦୦୦ରୁ ଅଧିକ ଲୋକ ରହୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୪୨୫ ଜଣ ଟିକା ନେବାକୁ ଜଉଁରାଭଉଁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଛନ୍ତି। ଏସବୁ ସମ୍ଭବ ହୋଇଛି ପ୍ରତିଦିନ ଗାଁକୁ ଯିବା ଦ୍ବାରା । ପ୍ରଥମେ ପ୍ରଥମେ ଜଣେ ହେଲେ ଟିକା ନେବାକୁ ମଙ୍ଗୁନଥିଲେ। ଏବେ ଅନ୍ତତଃ ଶୁଣୁଛନ୍ତି ଓ ମାସ୍କ ପିନ୍ଧୁଛନ୍ତି । ଲୋକଙ୍କ ପାଇଁ ଆମେ ପ୍ରତିଦିନ ନିଜ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ କରିଛୁ । ପ୍ରତିଦିନ ଗାଁକୁ ଯିବାକୁ ଯୋଜନା ହୋଇଥିବା ବେଳେ କେଉଁ ଦିନ କେଉଁ ଗାଁକୁ ଯିବୁ ଓ ସାଥ୍‌ରେ କୁଁ ଅଙ୍ଗନବାଡି ଦିଦି ଓ ଆଶା ଦିଦି ରହିବେ ତାହା ପୂର୍ବରୁ ନିର୍ଦ୍ଧାରିତ କରୁଛୁ।

Leave A Reply

Your email address will not be published.