କରୋନା ଯୋଦ୍ଧା: ମହିଳା ପୁଲିସ କନେଷ୍ଟବଳ କଳ୍ପନା

ବରଗଡ଼: ସାଧାରଣ କର୍ତ୍ତବ୍ୟ ହେଉ ଅବା ଅସାଧାରଣ ନିୟୋଜିତ ହୁଅନ୍ତୁ ସବୁଥିରେ ସର୍ବଦା ମାହିର୍‍ ବରଗଡ଼ ଜିଲ୍ଲା ପୁଲିସ ବିଭାଗରେ କାର୍ଯ୍ୟରତ ୩୮ବର୍ଷ ବୟସ୍କା ବିବାହିତ ମହିଳା କନେଷ୍ଟବଳ କଳ୍ପନା ଠାକୁର। ବର୍ତ୍ତମାନ ଅତାବିରା ଥାନା ଅଞ୍ଚଳରେ ବିଭିନ୍ନ ଦାୟିତ୍ୱରେ କାର୍ଯ୍ୟରତ ଓ ବିଚ ରାସ୍ତାରେ ସବୁବେଳେ ଦେଖାପଡ଼ନ୍ତି ଅତାବିରା ଏନଏସି ଅଞ୍ଚଳରେ। ପରିବାର କହିଲେ ନିଜକୁ ଓ ୧୦ ବର୍ଷିଆ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ପୁଅକୁ ମିଶାଇ ଦୁଇ ଜଣ। ସ୍ୱାମୀ ଘରୋଇ ଆର୍ଥିକ ସଂସ୍ଥାରେ କାର୍ଯ୍ୟ କରୁଥିବାରୁ ପରିବାରରେ କମ୍‍ ସମୟ ବିତାଉଥିବା ଅଭିଯୋଗ କରି ଅଭିମାନ କରନ୍ତି।

୨୪ ଘଣ୍ଟିଆ କର୍ତ୍ତବ୍ୟ ନେଇ ପୁଲିସ ବିଭାଗରେ ୨୦୦୪ ଯୋଗଦେବାଠାରୁ ଦୃଢ଼ମନା ସେ, ମନରେ କୁଣ୍ଠାବୋଧ ତିଳେ ମାତ୍ର ନାହଁ। ବିଭାଗରେ ସୁପରିଚିତ କଳ୍ପନା।  ସାଧାରଣ ଡ୍ୟୁଟି ହେଉ ବା ଲକଡାଉନ ଡ୍ୟୁଟି ହେଉ ଦିନ ରାତି ନିଜ ଦାୟିତ୍ୱ ସମ୍ପାଦନ ନେଇ ଖୋଜାପଡ଼ନ୍ତି କଳ୍ପନା।ସକାଳୁ ମୋଟା ମୋଟି ରନ୍ଧା କାର୍ଯ୍ୟ ସମ୍ପାଦନ କରି ସ୍ୱାମୀ ଓ ପୁଅଙ୍କୁ ନିୟମିତ ଜଳଖିଆ ଦେଇ ଘରୁ ବାହାରି ଯାଆନ୍ତି, ଟ୍ରାଫିକ ସମସ୍ୟା ହେଉ ଅବା ଟୀକାକରଣ କେନ୍ଦ୍ରରେ ଲାଗି ରହୁଥିବା ଭିଡ଼ର ସଠିକ ଢଙ୍ଗରେ ପରିଚାଳନାର ନଜିର ରହିଛି,ଅତି କୋମଳ ଭାଷିନୀ ଜନସାଧାରଣଙ୍କୁ ଠିକ ଢଙ୍ଗରେ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା,କିପରି ସାମାଜିକ ଦୂରତା ଅବଲମ୍ବନ ଦ୍ୱାରା ସଂକ୍ରମଣ ରୋକାଯାଇପାରିବା ସେ ବିଷୟରେ ସଚେତନ କରାଇବା ଇତ୍ୟାଦି ବିଭିନ୍ନ ଗଠନମୂଳକ କାର୍ଯ୍ୟ କରିଥାନ୍ତି।

ବର୍ତ୍ତମାନର ସଂକ୍ରମଣ ପରିସ୍ଥିତିରେ ଦୀର୍ଘ ଘଣ୍ଟା ଘଣ୍ଟା ଧରି ଡ୍ୟୁଟି କରି ଥକି ପଡ଼ି ନାହିଁ କଳ୍ପନା କେବଳ କଠିନ ପରିଶ୍ରମ ଦ୍ୱାରା ବେଳେ ବେଳେ ଦେହରେ ସାମାନ୍ୟ ତାତି ମନରେ ଭୟ ସଞ୍ଚାର ସୃଷ୍ଟିହେଇ ପ୍ରମୁଖ ଯୋଦ୍ଧା ଥାଇ ଏବଂ ଦୀର୍ଘ ଚାରି ମାସ ପୂର୍ବେ ଭେକ୍ସିନ ନେଇଥିଲେ ସୁଦ୍ଧା ଏଇ ଦୁଇ ମାସ ମଧ୍ୟରେ ୨/୩ ଥର କୋଭିଡ ଟେଷ୍ଟ କରି ନେଗେଟିଭ ରିପୋର୍ଟ ପାଇଥିଲେ ବୋଲି ହସି ହସି କୁହନ୍ତି ଓ ଆହୁରି ପ୍ରକାଶ କରନ୍ତି ଏହି ଟେଷ୍ଟ କେବଳ ନିଜ ପୁଅର ସୁରକ୍ଷା ନିମନ୍ତେ କରିଥାଏ। ପୁଅର ସୁରକ୍ଷା ପାଇଁ ଦିନକୁ ଦୁଇଥର ପିନ୍ଧା ଲୁଗାପଟା ବଦଳାଇ ନିଜକୁ ସାନିଟାଇଜ କରିଥାନ୍ତି।ଗତ ବର୍ଷ ମଧ୍ୟ ଲକଡାଉନ ସମୟରେ ବରଗଡ଼ ସହରରେ ବାନ୍ଦୁଟିକ୍ରା ଛକରେ ଦିନ ଦ୍ୱିପହରରେ ଟ୍ରାଫିକ ଡ୍ୟୁଟି କରୁଥିବା ସମୟରେ।ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କ ନଜରକୁ ଆସିଥିଲେ। ଖୋଦ ପୁଲିସ ମହା ନିର୍ଦ୍ଦେଶକ ଛକରେ ଗାଡ଼ି ରଖି ତାଙ୍କ ଭଳ ଭନ୍ଦ ବୁଝିବା ତାଙ୍କ ପାଇଁ ଏକ ନିରୋଲା ଓ ସ୍ମରଣୀୟ ଅନୁଭବ ବୋଲି କ଼ହନ୍ତି କଳ୍ପନା।ଏବେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ କହନ୍ତି’ ପୋଲିସ ମହାନିର୍ଦ୍ଦେଶକ କେମିତି ମୋ ନାଁ ନେଇ ’କଳ୍ପନା କେମିତି ଅଛ ଓ ତୁମ ପରିବାର କେମିତି ଅଛନ୍ତି’ ସେଇ ପ୍ରଶ୍ନ, ମନରେ ଉଙ୍କି ମାରେ ଏତେ ବଡ଼ ସାହେବ ମୋ ନାଁ ଜାଣିଲେ କେମିତି ବୋଲି ସେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ। ବିଗତ ବରଗଡ଼ ଧନୁଯାତ୍ରା ସମୟରେ ମଧ୍ୟ ସୁଚାରୁରୂପେ ଡ୍ୟୁଟି କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।ନିଜ ପରିବାରର ତଥା ନାରୀର କର୍ତ୍ତବ୍ୟ ସମ୍ପାଦନ ସହ କରୋନା କଟକଣା ଲାଗୁ କରିବା ଓ ତାହାକୁ ପ୍ରତିହତ କରିବାରେ ପ୍ରମୁଖ ଯୋଦ୍ଧା ସାଜିଛନ୍ତି ଦୃଢ଼ମନା ମହିଳା କନେଷ୍ଟବଳ କଳ୍ପନା ଠାକୁର।

Leave a comment