ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ ୨ରୁ ୧୮ ବର୍ଷ ବୟସ୍କଙ୍କ ଉପରେ ହେବ ଭ୍ୟାକ୍ସିନ ଟ୍ରାଏଲ୍

ସାରା ଦେଶକୁ କବଳିତ କରି ରଖିଛି ମହାମାରୀ କରୋନା । ଧୀରେ ଧୀରେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ପିଲାଙ୍କୁ ସଂକ୍ରମିତ କରୁଥିବା ଖବର ଆସୁଛି । ତେଣୁ ଦେଶରେ ୧୮ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ଜରୁରୀ ହୋଇପଡିଛି । ଏତିକିବେଳେ ଭାରତୀୟ ଟିକା କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ପ୍ରଦାନ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଟିକାକରଣ ସଂପର୍କିତ ସବଜେକ୍ଟ ଏକ୍ସପର୍ଟ କମିଟି ଏଥିଲାଗି ମଙ୍ଗଳବାର ଅନୁମତି ଦେଇଥିବା ସୂଚନା ମିଳିଛି ।

କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସଇଓ)ର ବିଶେଷଜ୍ଞ କମିଟି ମଙ୍ଗଳବାର ଦିନ ଭାରତ ବାୟୋଟେକ୍ ତରଫରୁ ୨ ରୁ ୧୮ ବର୍ଷ ବୟସର ବ୍ୟକ୍ତିଙ୍କ ମଧ୍ୟରେ ନିରାପତ୍ତା, ପ୍ରଭାବ ଓ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସମ୍ପର୍କରେ କରାଯାଇଥିବା ଆବେଦନ ଉପରେ ବିଚାର ବିମର୍ଶ କରିଥିଲେ। ଏହାବ୍ୟତୀତ ଅନ୍ୟାନ୍ୟ ଜିନିଷଗୁଡିକର ମୂଲ୍ୟାଙ୍କନ ପାଇଁ ପରୀକ୍ଷଣର ଦ୍ୱିତୀୟ/ତୃତୀୟ ପର୍ଯ୍ୟାୟକୁ ଅନୁମତି ଦେବାକୁ ମଧ୍ୟ ବିଶେଷଜ୍ଞ ଟିମ୍ ପାଖରେ ଅନୁରୋଧ କରାଯାଇଥିଲା।

Leave A Reply

Your email address will not be published.