ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାନ ଦୋକାନରୁ ମିଳିଲା କରୋନା ଟିକା

ପୁରୀ: ପୁରୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାନ ଦୋକାନରେ ମିଳିଛି କରୋନା ଟିକା । ଫ୍ରିଜରେ ରଖାଯାଇ ଲୁଚାଛପାରେ ବିକ୍ରି କରାଯାଉଛି । ପୁରୀରେ କରୋନା ଟିକାର କଳାବଜାରୀ ହେଉଥିବା ନେଇ ଅଭିଯୋଗ ହୋଇଛି। ତେବେ ଧରା ପଡ଼ିବା ପରେ କେହି ଜଣେ ଦୋକାନରେ ଟିକା ରଖି ଯାଇଥିବା ସଫେଇ ଦେଇଛନ୍ତି ଦୋକାନୀ । ସାଧାରଣଜନତା ଟିକା ନେବାରୁ ବଞ୍ଚିତ ହେଉଥିବାବେଳେ ଏକ ପାନ ଦୋକାନରୁ ଟିକା ମିଳିବା ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁରୀ ସହରରେ ଏବେ ଘରକୁ ଘର ବୁଲି ସ୍ବାସ୍ଥ୍ୟ କର୍ମୀ ଟିକା ଦେଉଛନ୍ତି । ହେଲେ ଖୋଲା ବଜାରକୁ ଟିକା କିଭଳି ଆସିଲା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

Leave A Reply

Your email address will not be published.