ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେଜେରିୱାଲ ସରକାର କରୁଛନ୍ତି ନୂତନ ଯୋଜନା, ଦିଲ୍ଲୀବାସୀଙ୍କୁ ମିଳିବ ମାଗଣା କରୋନା ଟିକା !

ନୂଆଦିଲ୍ଲୀ: ଦିଲ୍ଲୀ ସରକାର କରୋନା ଟିକା ଦିଲ୍ଲୀବାସୀଙ୍କୁ ମାଗଣା ଯୋଗାଇବା ପାଇଁ ଯୋଜନା କରୁଛନ୍ତି। ଦିଲ୍ଲୀରେ ମାଗଣାରେ ବିଦ୍ୟୁତ୍ ଏବଂ ଜଳ ଭଳି ସମସ୍ତ ସୁବିଧା ଯୋଗାଇବା ପରେ କେଜରିୱାଲ ସରକାର ଏହି ମହାମାରୀ ସମୟରେ ମାଗଣା କରୋନା ଟିକା ଦେବାକୁ ଚିନ୍ତା କରୁଛନ୍ତି।

ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ଦିଲ୍ଲୀବାସୀଙ୍କୁ କୋଭିଡ ଟିକା ଉପଲବ୍ଧ କରାଇବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ମଙ୍ଗଳବାର ଦିନ ବିଧାନସଭାରେ ବଜେଟ୍ ଉପସ୍ଥାପନ ବୋଳେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହାର ସରକାରୀ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।

ସୂଚନା ଅନୁଯାୟୀ, ଏ ବାବଦରେ ଏକ ଯୋଜନା ପ୍ରସ୍ତୁତ କରାଯାଉଛି। ଦିଲ୍ଲୀରେ ସମସ୍ତ ଡାକ୍ତରଖାନାରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯିବ। ବାସ୍ତବରେ ଅନେକ ରାଜ୍ୟରେ କରୋନା ସଂକ୍ରମଣର ସଂଖ୍ୟା ପୁଣି ବଢିବାରେ ଲାଗିଛି। ଟିକା ଆସିବା ପରେ ମଧ୍ୟ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇନାହିଁ। ଏହି ସମୟରେ, ଦିଲ୍ଲୀ ସରକାର ସମସ୍ତଙ୍କୁ ବିନା ମୂଲ୍ୟରେ କରୋନା ଟିକା ପ୍ରଦାନ କରିବାକୁ ବିଚାର କରୁଛନ୍ତି। ବର୍ତ୍ତମାନ ସମସ୍ତ ସରକାରୀ ଡାକ୍ତରଖାନାରେ ଏହି ଟିକା ମାଗଣା, କିନ୍ତୁ ଏହା ଆଗକୁ ଜାରି ରହିବ କି ନାହିଁ ତାହା ଦିଲ୍ଲୀ ସରକାର ନୁହେଁ କେନ୍ଦ୍ର ସରକାର ସ୍ଥିର କରିବେ।

Leave A Reply

Your email address will not be published.