ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଢୁଛି ସଂକ୍ରମିତଙ୍କ ସଂଖ୍ଯା, ରାଜ୍ଯରୁ ଆଉ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବ: ବଢୁଛି କରୋନା । ରାଜ୍ଯରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି।  ଆଜି ରାଜ୍ଯରେ ପୁଣି ସଂକ୍ରମିତଙ୍କ ସଂଖ୍ଯା ଶହେ ପାର କରିଛି। ରାଜ୍ଯରୁ ୧୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ୯୯ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୭୧ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ଯର ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୩,୩୯,୨୪୬ ରେ ପହଞ୍ଚିଛି।  ସେଥିମଧ୍ଯରୁ ୩୩୬୨୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳ ୧୦୦୮ ଜଣ ଏବେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ସର୍ବାଧିକ ନୂଆପଡ଼ା ଜିଲାରୁ ୨୭ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଦା ଓ କଟକ ଜିଲାରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ-୧, ବାଲେଶ୍ବର- ୭, ଭଦ୍ରକ-୧, ବରଗଡ଼- ୨, ବଲାଙ୍ଗୀର- ୫, ଦେବଗଡ଼- ୩, ଗଜପତି- ୧, ଗଞ୍ଜାମ- ୧, ଯାଜପରୁ- ୫, ଝାରସୁଗୁଡ଼ା- ୭, କଳାହାଣ୍ଡି- ୮, କେନ୍ଦ୍ରାପଡ଼ା- ୧, କେନ୍ଦୁଝର- ୨, କୋରାପୁଟ- ୨, ମୟୁରଭଞ୍ଜ- ୮, ପୁରୀ- ୪ , ରାୟଗଡ଼ା- ୨, ସମ୍ବଲପୁର- ୭, ସୋନପୁର-୧, ସୁନ୍ଦରଗଡ- ୨୨ ଓ ଷ୍ଟେଟ ପୁଲରୁ ୬ ଜଣ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.