ରାଜ୍ୟରେ ଆଜି ଚିହ୍ନଟ ହେଲେ ଆଉ ୧୧ ହଜାର ୮୦୭ ନୂଆ କରୋନା ଆକ୍ରନ୍ତ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦୈନିକ ସଂକ୍ରମଣ ମଧ୍ୟ ୧୧ ହଜାର ପାର କରିଛି। ରାଜ୍ୟରୁ ଆଜି ୧୧,୮୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୧୩ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୫୧୯୪ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୨୪,୦୦୭ ରେ ପହଞ୍ଚିଛି।  ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ଼ ଜିଲାରୁ ୧୯୨୨ ଜଣ ରହିଥିବା ଜଣାପଡ଼ିଛି। ସେହିପରି ଖୋର୍ଦ୍ଧା-୧୫୧୦, କଟକ-୧୦୫୨, ଯାଜପୁର-୩୦୨, ପୁରୀ-୪୫୪, ଗଞ୍ଜାମ- ୩୪୧, ନୂଆପଡ଼ା- ୨୮୬, ବଲାଙ୍ଗୀର-୪୩୭, ବାଲେଶ୍ବର-୨୬୦, ଅନୁଗୁଳ-୫୬୦, ଭଦ୍ରକ-୮୩,  ବରଗଡ଼-୪୨୮, କଳାହାଣ୍ଡି- ୪୦୨, ଝାରସୁଗୁଡ଼ାରୁ ୪୨୧, ନବରଙ୍ଗପୁର- ୪୧୯ ଓ ସମ୍ବଲପୁର ଜିଲ୍ଲାରୁ ୫୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

Leave a comment