ରାଜ୍ୟରୁ ଆଜି ଚିହ୍ନଟ ହେଲେ ଆଉ ୮ ହଜାର ୯୧୪ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦୈନିକ ସଂକ୍ରମଣ ମଧ୍ୟ ଚିନ୍ତା ବଢାଇଛି। ରାଜ୍ୟରୁ ଆଜି ୮,୯୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮୧ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୩୮୩୩ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ଯର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୭୧,୫୩୬ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୨୫୮ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼-୫୯୨, କଟକ-୫୮୭, ଯାଜପୁର-୨୩୨, ପୁରୀ-୫୩୦, ଗଞ୍ଜାମ- ୨୬୨, ନୂଆପଡ଼ା- ୨୭୮, ବଲାଙ୍ଗୀର-୨୯୧,ବରଗଡ଼-୪୫୨, କଳାହାଣ୍ଡି- ୨୩୬, ଝାରସୁଗୁଡ଼ାରୁ ୩୦୪, ନବରଙ୍ଗପୁର- ୪୩୩ ଓ ସମ୍ବଲପୁର ଜିଲ୍ଲାରୁ ୫୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
6. Boudh: 175
7. Cuttack: 587
8. Deogarh: 103
9. Dhenkanal: 149
10. Gajapati: 165
11. Ganjam: 262
12. Jagatsinghpur: 109
13. Jajpur: 232
14. Jharsuguda: 304
15. Kalahandi: 236
16. Kandhamal: 62
17. Kendrapada: 132
18. Keonjhar: 104
19. Khurda: 1258
20. Koraput: 145— I & PR Department, Odisha (@IPR_Odisha) May 3, 2021
New recoveries: 6527
Cumulative tested: 10227321
Positive: 471536
Recovered: 397575
Active cases: 71835— I & PR Department, Odisha (@IPR_Odisha) May 3, 2021