ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ଯରେ ଚିହ୍ନଟ ହେଲେ ଆଉ ୬,୧୧୬ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ପଜିଟିଭ୍

ଭୁବନେଶ୍ବର: ରାଜ୍ଯରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି।  ଏପଟେ ରାଜ୍ଯରେ ସଂକ୍ରମିତଙ୍କ ସଂଖ୍ଯା ୬ ହଜାର ଟପିଲାଣି। ରାଜ୍ଯରୁ ଆଜି ୬,୧୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ୩୫୪୬ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୨୫୭୦ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ଯର ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୪,୦୭,୪୫୭ରେ ପହଞ୍ଚିଛି।  ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୮୭୫ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼- ୭୮୫, କଟକ-୩୪୩, ଯାଜପୁର-୩୨୪, ପୁରୀ-୧୮୦, ନୂଆପଡ଼ା- ୪୩୦, ବଲାଙ୍ଗୀର-୧୮୯, ବରଗଡ଼-୨୬୨, କଳାହାଣ୍ଡି- ୩୨୧, ଝାରସୁଗୁଡ଼ାରୁ୨୫୪, ନବରଙ୍ଗପୁର- ୩୧୮ ଓ ସମ୍ବଲପୁର ଜିଲ୍ଲାରୁ ୨୮୦  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.