ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧ ହଜାର ୫୯ କରୋନା ଆକ୍ରାନ୍ତ, କଟକରୁ ସର୍ବାଧିକ ୧୧୩୩ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୧୧,୦୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୩୯ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୮୬୬ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୩୪୪୧ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ କଟକ ଜିଲାରୁ ୧୧୩୩ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼- ୭୨୯, ଖୋର୍ଦ୍ଧା- ୧୦୧୦ , ଯାଜପୁର- ୫୬୪, ପୁରୀ- ୪୩୦, ଗଞ୍ଜାମ- ୧୫୫, ନୂଆପଡ଼ା- ୪୪, ବଲାଙ୍ଗୀର- ୧୬୬, ବାଲେଶ୍ବର- ୪୦୦, ଅନୁଗୁଳ-୮୫୯, ବରଗଡ଼-୩୬୭, କଳାହାଣ୍ଡି- ୪୦୭, ଝାରସୁଗୁଡ଼ାରୁ -୨୨୮, ନବରଙ୍ଗପୁର- ୩୨୨, ମୟୁରଭଞ୍ଜ- ୬୬୨ ଓ ସମ୍ବଲପୁର ଜିଲ୍ଲାରୁ ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
6. Boudh: 261
7. Cuttack: 1133
8. Deogarh: 103
9. Dhenkanal: 351
10. Gajapati: 67
11. Ganjam: 155
12. Jagatsinghpur: 330
13. Jajpur: 564
14. Jharsuguda: 228
15. Kalahandi: 407
16. Kandhamal: 103
17. Kendrapada: 309
18. Keonjhar: 200
19. Khurda: 1010
20. Koraput: 175— I & PR Department, Odisha (@IPR_Odisha) May 24, 2021
New recoveries: 11627
Cumulative tested: 11375076
Positive: 703441
Recovered: 589610
Active cases: 111262— I & PR Department, Odisha (@IPR_Odisha) May 24, 2021