ରାଜ୍ୟରୁ ଆଜି ଚିହ୍ନଟ ହେଲେ ଆଉ ୧୧ ହଜାର ୧୦୮ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୧୧, ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୨୧୯ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୮୮୯ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୯୫୩୦ ରେ ପହଞ୍ଚିଛି।  ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୪୫୧ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼- ୭୦୮, କଟକ- ୯୪୪, ଯାଜପୁର- ୩୯୬, ପୁରୀ- ୪୭୩, ଗଞ୍ଜାମ- ୨୧୪, ନୂଆପଡ଼ା- ୧୧୪, ବଲାଙ୍ଗୀର- ୨୯୮, ବାଲେଶ୍ବର- ୫୦୯, ଅନୁଗୁଳ-୮୬୪, ବରଗଡ଼-୩୩୯, କଳାହାଣ୍ଡି- ୩୯, ଝାରସୁଗୁଡ଼ାରୁ -୧୧୩, ନବରଙ୍ଗପୁର- ୩୮, ମୟୁରଭଞ୍ଜ- ୬୩୫ ଓ ସମ୍ବଲପୁର ଜିଲ୍ଲାରୁ ୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

Leave a comment