ରାଜ୍ୟରୁ ଆଜି ଚିହ୍ନଟ ହେଲେ ଆଉ ୧୧, ୦୯୯ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୧୧, ୦୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୨୧୪ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୮୮୫ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୪୪୦୧ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୪୬୦ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼- ୯୮୩, କଟକ- ୮୬୭, ଯାଜପୁର-୩୭୮, ପୁରୀ-୩୫୬, ଗଞ୍ଜାମ- ୧୯୬, ନୂଆପଡ଼ା- ୨୭୭, ବଲାଙ୍ଗୀର-୨୮୮, ବାଲେଶ୍ବର- ୪୦୮, ଅନୁଗୁଳ-୫୫୨, ବରଗଡ଼-୩୩୯, କଳାହାଣ୍ଡି- ୨୯୯, ଝାରସୁଗୁଡ଼ାରୁ -୩୦୭, ନବରଙ୍ଗପୁର- ୩୫୧ ଓ ସମ୍ବଲପୁର ଜିଲ୍ଲାରୁ ୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
6. Boudh: 213
7. Cuttack: 867
8. Deogarh: 107
9. Dhenkanal: 162
10. Gajapati: 82
11. Ganjam: 196
12. Jagatsinghpur: 302
13. Jajpur: 378
14. Jharsuguda: 307
15. Kalahandi: 299
16. Kandhamal: 88
17. Kendrapada: 156
18. Keonjhar: 165
19. Khurda: 1460
20. Koraput: 280— I & PR Department, Odisha (@IPR_Odisha) May 19, 2021
New recoveries: 10242
Cumulative tested: 11058386
Positive: 644401
Recovered: 536595
Active cases: 105375— I & PR Department, Odisha (@IPR_Odisha) May 19, 2021